ରାଜ୍ୟ ପାଇଁ ଖୁସି ଖବର,ସୁସ୍ଥ ହେଲେ ଆଉ ୮୦ ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟ ପାଇଁ ଭଲ ଖବର । ଆଜି ପୁଣି ସୁସ୍ଥ ହୋଇଛନ୍ତି ୮୦ ଆକ୍ରାନ୍ତ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସୁସ୍ଥଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩୨୫କୁ ବୃଦ୍ଧି ପାଇଛି ।

ସୁସ୍ଥ ହୋଇଥିବା ୮୦ ଆକ୍ରାନ୍ତଙ୍କ ମଧ୍ୟରେ ପୁରୀରୁ ୧୭, କେନ୍ଦ୍ରାପଡ଼ାରୁ ୧୬, ମାଲକାନଗିରିରୁ ୧୬, କଟକରୁ ୭, ନୟାଗଡ଼ରୁ ୩, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୩, କେନ୍ଦୁଝର ୩ ଓ ଝାରସୁଗୁଡ଼ାରୁ ୩ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଗଞ୍ଜାମ ୨ , କନ୍ଧମାଳ ୨ ଓ ଖୋର୍ଦ୍ଧାରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି ବଲାଙ୍ଗୀର, ଜଗତସିଂହପୁର ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୨୨୪୫ ଥିବା ବେଳେ ୧୩୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ୯୧୧ ଜଣ ଆକ୍ରାନ୍ତ ଏବେବି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୭ ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *