ଜମ୍ମୁ-କାଶ୍ମୀର ସୀମାରେ ଅପରେସନ ଅଲ୍ଆ‌ଉଟ୍ : ୮ଆତଙ୍କୀ ନିହତ

ଜମ୍ମୁ-କାଶ୍ମୀର , (ଓଡିଶା ଟାଇମ୍) : ଜାମ୍ମୁ-କାଶ୍ମୀରର ସୋପିଆନ ଏବଂ ଅବନ୍ତୀପୁରା ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଏନକାଉଣ୍ଟରରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ଏହି ୨ଟି ଏନକାଉଣ୍ଟରରେ ୮ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୋପିଆନ ଜିଲାର ମୁନାନ୍ଦ ଅଞ୍ଚଳରେ ଯବାନଙ୍କ ସହିତ ଗୁଳିବିନିମୟରେ ୫ ଆତଙ୍କୀ ଏବଂ ଅବନ୍ତୀପୁରାରେ ଘଟିଥିବା ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, କାଶ୍ମୀରର ଅବନ୍ତିପୋରା ଜିଲ୍ଲାର ପମ୍ପୋର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସେନା ଓ ପୋଲିସକୁ ସୂଚନା ମିଳିଥିଲା । ଗୁରୁବାର ଦିନ ଖବର ମିଳିବା ମାତ୍ରେ ସେନା ପୂରା ଅଞ୍ଚଳକୁ ଘେରିଯାଇଥିଲା । ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ । ରାତି ୨ଟାରେ ଏନ୍‌କାଉଣ୍ଟର ଚାଲିଥିବା ବେଳେ ଜଣେ ଆତଙ୍କୀ ନିହତ ହୋଇଥିବାର ଖବର ମିଳିଥିଲା । କିନ୍ତୁ ଏହାପରେ ଏନ୍‌କାଉଣ୍ଟର ଜାରି ରହିଥିଲା । ରାତିତମାନ ଗୁଳିବିନିମୟ ଜାରି ରହିଥିଲା । କିଛି ଆତଙ୍କବାଦୀ ମସଜିଦ୍‌ ମଧ୍ୟରେ ଲୁଚି ରହିଥିଲେ । ଧୀରେ ଧୀରେ କରି ଆଉ ଦୁଇ ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା ।

ସେପଟେ ସୋପିଆଁରେ ମଧ୍ୟ କିଛି ଆତଙ୍କବାଦୀ ଲୁଚି ରହିଥିବା ବେଳେ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ । ସେନା ପୁରା ଅଞ୍ଚଳକୁ ଘେରିଥିବାର ଦେଖି ଗୁଳିମାଡ ଆରମ୍ଭ କରିଦେଇଥିଲା । କିନ୍ତୁ ସେନା ଏହାର ଦୃଢ ଜବାବ ଦେଇଥିଲେ । ଗୋଟିଏ ଗୋଟିଏ କରି ପୁରା ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ଭାରତୀୟ ସେନାର ବୀର ଯବାନମାନେ । ମୋଟ ୮ଜଣ ଆତଙ୍କୀ ନିହତ ହୋଇଛନ୍ତି ।

ଏହାଦ୍ୱାରା ଘାଟିରେ କିଛି ବଡ ଧରଣର ଅଘଟଣ ପୂର୍ବରୁ ରକ୍ଷା ମିଳିଛି ବୋଲି କହିଲେ ଭୁଲ୍‌ ହେବ ନାହିଁ । ନିହତ ଆହତଙ୍କବାଦୀଙ୍କ ନିକଟରୁ ମଧ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସ୍ତାନୀୟ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରି ସେନା ପକ୍ଷରୁ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି ।

Leave a Reply

Your email address will not be published.