କଟକ ସହରରୁ ଆଉ ୭୯ କରୋନା ପଜିଟିଭ୍ ଚିହ୍ନଟ
କଟକ, (ଓଡିଶା ଟାଇମ୍) : ଆଜି କଟକ ସହରରୁ ଆଉ ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏହାମଧ୍ୟରୁ ୫୬ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨୩ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।କ୍ୱାରେଣ୍ଟାଇନରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୧ଜଣ କମ୍ଟେନମେଣ୍ଟ ଜୋନ୍, ୧୨ ଜଣ ସରକାରୀ କ୍ୱାରେଣ୍ଟାଇନ ଓ ୧୩ ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିଲେ ।
ଏହାସହ ସହରରୁ ୨୩ଜଣ ସ୍ଥାନୀୟ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇଛନ୍ତି ।ସୂଚନାଯୋଗ୍ୟ, କଟକ ସହରରେ ଏବେସୁଦ୍ଧା ୨୫୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୮୨ଜଣ ଆରୋଗ୍ୟ ଲାଭ କରିଛନ୍ତି । ୧୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୨୧ଟି ସକ୍ରିୟ କେସ୍ ରହିଛି ।
ଅନ୍ୟପଟେ,୨୪ ଘଣ୍ଟା ମଧ୍ୟରେ ୨୨୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୫୩୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୧୬ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୮୨୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।