କରୋନା କବଳରୁ ଡି.ଇଏଲ୍.ଇଡି . ପରୀକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ବିକଳ୍ପ ପରୀକ୍ଷା ବ୍ୟବସ୍ଥା ଦାବିରେ ନବୀନ ନିବାସ ଘେରାଉ

ଭୁବନେଶ୍ବର, (ଓଡିଶା ଟାଇମ୍) : ଅଖିଳ ଭାରତ ଛାତ୍ର ସଂଘ ( ଏ.ଆଇ , ଏସ୍.ଏଫ ) ସହବନ୍ଧିତ ନିଖିଳ ଓଡ଼ିଶା ଡି.ଇଏଲ୍ , ଇଡି , ଛାତ୍ରସଂଘ ପକ୍ଷରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶହଶହ ଛାତ୍ରଛାତ୍ରୀ କରୋନା ମହାମାରୀ ସମୟରେ ଡି.ଇଏଲ , ଇଡି , ପ୍ରଥମ ଓ ଶେଷ ବର୍ଷର ସୂଚିତ ପରୀକ୍ଷା ପ୍ରଣାଳୀ ପରିବର୍ଭନ କରି ବିକଳ୍ପ ପରୀକ୍ଷା ବ୍ୟବସ୍ଥା କରିବା ଦାବିରେ ଭୁବନେଶ୍ବର ସ୍ଥିତ ମାଷ୍ଟରକ୍ୟାଣ୍ଟିରେ ସମାଗମ ହୋଇଥିଲେ । ଶହ ଶହ ଛାତ୍ରଛାତ୍ରୀ ନବୀନ ନିବାସ ଅଭିମୁଖେ ଯାତ୍ରା କରିବା ସମୟରେ କମିଶନରେଟ୍ ପୋଲିସ୍ ଗତିରୋଧ କରିଥିଲେ । ଏହି ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଂଜନ ଦାଶ ଓ ମାଧ୍ୟମିକ ଶିକ୍ଷା ବୋର୍ଡର ନିର୍ଦ୍ଦେଶକ ଏହି ଦାବି ଗ୍ରହଣ କରି ପରୀକ୍ଷାର୍ଥୀଙ୍କ କରୋନା କାଳରେ ଶ୍ରେଣୀ ଗୃହରେ ପରୀକ୍ଷା ଦ୍ୱାରା ଉପନିତ ସମସ୍ୟା , ଦୂର ଦୂରାନ୍ତରେ ଥିବା ପରୀକ୍ଷା କେନ୍ଦ୍ରକୁ ଯାତାୟତ ସମସ୍ୟା , ୧୫ ଦିନ କାଳ ରହିବାର ସମସ୍ୟା ସମ୍ପର୍କରେ ବିଚାର କରି କେଉଁ ପରୀକ୍ଷାର୍ଥୀ କେଉଁ କେନ୍ଦ୍ରରେ ପରୀକ୍ଷା ଦେବା ସହଜ ହେବ ତାହା ନିଜେ ପରୀକ୍ଷାର୍ଥୀ ଚୟନ କରି ଆବେଦନ କରିବା ପାଇଁ ସୁଯୋଗ ଦିଆଯିବ ।

ଯେଉଁ ଶିକ୍ଷାନୁଷ୍ଠାନରେ ପରୀକ୍ଷାର୍ଥୀ ଅଧ୍ୟୟନ କରିଥିଲେ ସେହି ଶିକ୍ଷାନୁଷ୍ଠାନ  ତା ୧୮.୧୦ , ୨୦୨୦ ସୁଦ୍ଧା ପରୀକ୍ଷା କେନ୍ଦ୍ର ଚୟନ ଆବେଦନ କରିପାରିବେ । ଯେଉଁ କେନ୍ଦ୍ରରେ ପରୀକ୍ଷା ଦେବାପାଇଁ ଆବେଦନ କରିବେ , ଯଦି ସମ୍ପୃକ୍ତ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ୧୫ ଦିନ ରହଣି ଜନିତ ସମସ୍ୟା ସାମ୍ନା କରୁଥାଆନ୍ତି , ତାହେଲେ ସମ୍ପୃକ୍ତ କେନ୍ଦ୍ରର ଅଧ୍ୟକ୍ଷଙ୍କୁ ଲିଖିତ ଆବେଦନ କଲେ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କର ରହଣି ପାଇଁ ସରକାରଙ୍କ ତରଫରୁ ପ୍ରଯତ୍ନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ମାତ୍ର ପରୀକ୍ଷାର୍ଥୀମାନେ ଖାଦ୍ୟପେୟର ଆୟୋଜନ ନିଜେ କରିବେ । ପ୍ରତିନିଧୁମାନଙ୍କ ସହ ଆଲୋଚନା ସମୟରେ ମନ୍ତ୍ରୀ କହିଥିଲେ ଯେ – ସମଗ୍ର ରାଜ୍ୟରେ ବି.ଇଡି . ପରୀକ୍ଷାର୍ଥୀଙ୍କ ସଂଖ୍ୟା ମାତ୍ର ୧୭ ଶହ ଥିବା ବେଳେ ଡି.ଇଏଲ୍ , ଇଡି.ରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୩ ହଜାର ୫ ଶହ ରୁ ଉର୍ଣ୍ଣ ଥିବାରୁ ଅନ୍‌ଲାଇନ୍ ପରୀକ୍ଷା ପରିଚାଳନା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ବୋର୍ଡରେ ଉପଲକ୍ଷ ନାହିଁ । ମାତ୍ର ଏଥିପାଇଁ ଏହି ପରୀକ୍ଷାର୍ଥୀମାନଙ୍କର କ୍ୟାରିୟରର ଏକ ବର୍ଷ ବୃଥା ନ ଯିବା ପାଇଁ ସରକାର କରୋନା କବଳରୁ ସୁରକ୍ଷା ସହ ଯପରୋନାସ୍ତି ସହାୟତା ଦେଇଛନ୍ତି । ଏହି ୪ ଜଣିଆ ପ୍ରତିନି ମଣ୍ଡଳୀରେ ଏ , ଆଇ , ଏସ୍.ଏଫ୍ , ସଭାପତି ସଘମିତ୍ରା ଜେନା , ନିଖୁଳ ଓଡ଼ିଶା ଡି.ଏଲ୍ , ଇଡି , ସଂଘର ସଭାପତି ଜିତେନ୍ଦ୍ର ମେହେର , ସମ୍ପାଦକ ସନ୍ତୋଷ ସାହୁ , ସହ ସମ୍ପାଦକ ପ୍ରତୀକ ପ୍ରଜ୍ଞାମୟ ଗୋଚ୍ଛାୟତ ପ୍ରମୁଖ ମନ୍ତ୍ରୀ ଓ ନିର୍ଦ୍ଦେଶକଙ୍କ ସହ ଦୀର୍ଘ ଦେଢ଼ଘଣ୍ଟା ଆଲୋଚନାକରିଥିଲେ ।

 

Leave a Reply

Your email address will not be published.