ଗଞ୍ଜାମ ଜିଲ୍ଲାରେ ୭୬ କରୋନା ଆକ୍ରାନ୍ତ ଚିହ୍ନଟ
ଗଞ୍ଜାମ, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।ଗଞ୍ଜାମ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଏହି ପ୍ରରିପେକ୍ଷୀରେ ଆଜି ଗଞାମ ଜିଲ୍ଲାରେ ୭୬ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ପାର ହୋଇଛି । ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୧ରେ ପହଞ୍ଚିଥିବା ବେଳେ ୬୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାର ୮ ଜଣଙ୍କର ମୃତ୍ୟୁ ହୋଇସାରିଛି ।
ସେହିପରି କରୋନାରେ ୩୪୩ ଜଣ ଆକ୍ଟିଭ୍ ତେସ୍ ରହିଛି । ଆଜି ଚିହ୍ନଟ ହୋଇଥିବା ୭୬ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ କୋରନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।
ଆଜି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଜଣାଇଛନ୍ତି । ସେଥିମଧ୍ୟରୁ କରୋନା ଯୋଦ୍ଧା ୬ ଜଣ ହୋଇଥିବା ବେଳେ ଅନ୍ୟ ୧୧ ଜଣ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।