କଟକ ସହରରୁ ବାହାରିଲେ ଆଉ ୭୪ କରୋନା ଆକ୍ରାନ୍ତ
କଟକ, (ଓଡିଶା ଟାଇମ୍) : କଟକରେ କାୟା ମେଲାଇବାରେ ଲାଗିଛି କରୋନା ଭାଇରସ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରବିବାର ଦିନ ରାଜ୍ୟରେ ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତାହା ମଧ୍ୟରୁ କଟକ ୯୪ଜଣ ସଂକ୍ରମିତ ରହିଛନ୍ତି । ତେବେ ସେହି ୯୪ଜଣ ସଂକ୍ରମିତଙ୍କ ମଧ୍ୟରୁ କଟକ ସହରରୁ ୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଅର୍ଥାତ୍ କଟକ ମହାନଗର ନିଗମ ଅଧୀନରେ ଆସୁଥିବା ଅଞ୍ଚଳରୁ ଏଯାବତ୍ ୧୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୬ଜଣ ଚିକିତ୍ସାଧୀନ ଥିବାବେଳେ ୨୨ଜଣ ସୁସ୍ଥ ହୋଇଛନ୍ତି। ୨ଜଣଙ୍କ ମୃତ୍ୟୁ ଘଟିଛି।
ଆଚାର୍ଯ୍ୟ ହରିହରି କର୍କଟ ଚିକିତ୍ସା କେନ୍ଦ୍ରରୁ ୩୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସରକାରୀ କ୍ବାରେଣ୍ଟାଇନ୍ରୁ ୨ କୋରୋନା ଯୋଦ୍ଧା ଆକ୍ରାନ୍ତ ରହିଛନ୍ତି । ସେହିପରି ହୋମ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ୨୮ଜଣଙ୍କ ମଧ୍ୟରୁ ମାଳିସାହିରୁ ୧୩ଜଣ ଏବଂ ମାଣିକଘୋଷ ବଜାରରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା କଟକ ସହରରେ ୧୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨ଜଣ କରୋନାରେ ମୃତ୍ୟୁ ହୋଇଥିବା ବେଳେ ୧୬୬ଟି ଆକ୍ଟିଭ୍ କେସ୍ ରହିଛି ।