ରାଜ୍ୟରେ ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟ ପାଇଁ ଖୁସି ଖବର ।ରାଜ୍ୟରେ ଆଜି ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୫ ହଜାର ୯୨୮ ଜଣ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ଖୋର୍ଦ୍ଧାରେ ୪୯, କଟକରେ ୪୩, ବାଲେଶ୍ୱରରେ ୩୩, ଯାଜପୁରରୁ ୩୨, ଗଜପତିରେ ୨୩, ମୟୂରଭଞ୍ଜରୁ ୧୯, ଅନୁଗୁଳରୁ ୧୮, ଜଗତସିଂହପୁର ଓ ନୟାଗଡରୁ ୧୭, ସମ୍ବଲପୁରରୁ ୧, ମାଲକାନଗିରିରୁ ୧୦, ବରଗଡ, ଢେଙ୍କାନାଳ, କେନ୍ଦ୍ରାପଡା ଓ ପୁରୀରୁ ୭ ଜଣ ଲେଖାଏଁ, ବଲାଙ୍ଗିର, ଝାରସୁଗୁଡା ଓ ସୋନପୁରରୁ ୫ ଜଣ ଲେଖାଏଁ, ଭଦ୍ରକ ଓ ନବରଙ୍ଗପୁରରୁ ୪ ଜଣ ଲେଖାଏଁ, କୋରାପୁଟରୁ ୩, ବୌଦ୍ଧ ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଅନ୍ୟପଟେ, ଗତ ୨୪ ଘଣ୍ଟା ମଧ୍ୟରେ ୧୩୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୦୧୩ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୮୭ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୪୩୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।