ଓଡ଼ିଶା ପାଇଁ ଖୁସି ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୭୨ ଜଣ କରୋନା ଆକ୍ରାନ୍ତ
ଭୁବନେଶ୍ବର, (ଓଡିଶା ଟାଇମ ) : ଓଡ଼ିଶା ପାଇଁ ପୁଣି ଖୁସି ଖବର। ରାଜ୍ୟରେ ପୁଣି କରୋନାରୁ ସୁସ୍ଥ ହେଲେ ୭୨ ଆକ୍ରାନ୍ତ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁ ଥିବାରୁ ଚିନ୍ତା ବଢୁଛି । ଏହାରି ମଧ୍ୟରେ ଖୁସି ଖବର ମଧ୍ୟ ଆସୁଛି । ଆଜି ଏକାଥରେ ୧୩ ଜିଲ୍ଲାରୁ ୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୭୨ ସୁସ୍ଥଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର ୧୭ ଜଣ, ସୋନପୁର ଜିଲ୍ଲାର ୯, ୩ ଜଣ ଖୋର୍ଦ୍ଧା ର , ବଲାଙ୍ଗୀର ଜିଲ୍ଲାର ୭ , ଜଗତସଂହପୁରର ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ସେହିଭଳି କଟକ, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାର ୫ ଜଣଲେଖାଏଁ ସୁସ୍ଥ ହୋଇଥିବା ବେଳେ ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ୪ ଜଣ ଲେଖାଏଁ, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର ଜିଲ୍ଲାର ୩ ଜଣ ଲେଖାଏଁ ଓ ଝାରସୁଗୁଡ଼ା ର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ତେବେ ରାଜ୍ୟରେ ଏହି ନୂଆ ୭୨ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁସ୍ଥଙ୍କ ସଂଖ୍ୟା ୨୩୫୪ କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୬ ରହିଛି ।