ମାଲକାନଗିରିକୁ ବ୍ୟାପିଲା କରୋନା, ରାଜ୍ୟର ୨୪ ଜିଲ୍ଲା ଆକ୍ରାନ୍ତ, ନଜର ପକାନ୍ତୁ ଜିଲ୍ଲାୱାରୀ ତାଲିକା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛ। ଗତକାଲି ଜଲେ ୭୦ ବର୍ଷୀୟ ବୃଦ୍ଧ ଶ୍ଵାସକ୍ରିୟାରେ ଅସୁବିଧା ଅନୁଭବ କରିବାରୁ ଭୁବନେଶ୍ଵର ଏମ୍ସରେ ଭର୍ତ୍ତି ହୋଇଥିଲେ। ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ। ପରେ ତାଙ୍କ ମୃତ୍ୟୁ ହୋଇଥିଲା। କରୋନା ସନ୍ଦେହରେ ତାଙ୍କ ନମୁନା ପରୀକ୍ଷଣ କରାଯାଇ ପଜିଟିଭ୍ ରିପୋର୍ଟ ଆସିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏବେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୯ ରହିଛି। ଗତକାଲି ଏହି ସଂଖ୍ୟା ୪୩ କମ୍ ଥିଲା।
ରାଜ୍ୟରେ ଗତକାଲି ୪୫୩୬ଜଣଙ୍କ ନମୁନା ପରୀକ୍ଷଣ କରାଯାଇଛି। ଏହାଦ୍ଵାରା ସମୁଦାୟ ନମୁନା ପରୀକ୍ଷଣ ସଂଖ୍ୟା ୧ଲକ୍ଷ ୩୦୨ରେ ପହଞ୍ଚିଛି। ପଜିଟିଭ୍ ଚିହ୍ନିତଙ୍କ ଭିତରେ ୯୯.୦୨ ପ୍ରତିଶତ ନେଗେଟିଭ୍ ରହିଥିବା ବେଳେ ମାତ୍ର ୦.୯୮ ପ୍ରତିଶତ ପଜିଟିଭ୍ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ମାଲକାନଗିରିକୁ ବ୍ୟାପିଲା
ମଙ୍ଗଳବାରଦିନ ରାଜ୍ୟରେ ସମୁଦାୟ ୭୪ ନୂଆ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ସେମାନଙ୍କ ଭିତରୁ ବୌଦ୍ଧରେ ସର୍ବାଧିକ ୨୮ଜଣଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହୋଇଛି।
ସେହିପରି ଗତକାଲି ମାଲକାନଗିରିରେ ପ୍ରଥମ ସଂକ୍ରମଣକୁ ଚିହ୍ନଟ କରାଯାଇଛି। ଏକ ସଙ୍ଗେ ଦୁଇଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଫଳରେ ରାଜ୍ୟର ୨୪ ଜିଲ୍ଲାରେ କରୋନା କାୟା ବିସ୍ତାର କରିଛି।
କଟକରେ ନୂଆ କରି ୯ଜଣଙ୍କୁ ଚିହ୍ନଟ କରାଯିବାରୁ ଏଠାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହୋଇଛି। ବାଲେଶ୍ଵରରେ ଜଣେ ନ୍ରଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏଠାରେ ଏବେ ୯୫ ଜଣ ଆକ୍ରାନ୍ତ ରହିଛନ୍ତି।
ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଗଞ୍ଜମ ଜିଲ୍ଲାରେ ରହିଛନ୍ତି। ଗତକାଲି ଚିହ୍ନଟ ୬ ଜଣଙ୍କୁ ମିଶାଇ ଏଠାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨ ହୋଇଛି। ଠିକ୍ ସେହିପରି ଯାଜପୁରରେ ୬ ଜଣ ନୂୖା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ ହୋଇଛି।
ଗତକାଲି କେନ୍ଦ୍ରାପଡ଼ାରେ୨, ଖୋର୍ଦ୍ଧାରେ୭, ପୁରୀରେ ୧୧ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏବେ ନଜର ପକାନ୍ତୁ କେଉଁ ଜିଲ୍ଲାରେ କେତେ କରୋନା ରୋଗୀ ଚିହ୍ନିତ ହୋଇଛନ୍ତି।