ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍
ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୮୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୨ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୨୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
୨୦ ଜିଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୂଆପଡାରୁ ସର୍ବାଧିକ ୧୧ ଆକ୍ରାନ୍ତ। ଅନୁଗୁଳରୁ ୩, ବାଲେଶ୍ୱର ୪, ବରଗଡ ୨, ବଲାଙ୍ଗୀର ୧, କଟକ ୪, ଦେଓଗଡ଼ ୨, ଗଞ୍ଜାମ ୧, ଜଗତସିଂହପୁର ୧, ଯାଜପୁର ୫, ଝାରସୁଗୁଡା ୧, କଳାହାଣ୍ଡି ୧, କେନ୍ଦ୍ରାପଡା ୪, ଖୋର୍ଦ୍ଧା ୧, କୋରାପୁଟ ୧, ମାଲକାନଗିରି ୧, ମୟୁରଭଞ୍ଜ ୩, ପୁରୀ ୮, ସମ୍ବଲପୁର ୭, ସୁନ୍ଦରଗଡ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।