କ୍ବାରେଣ୍ଟାଇନ୍‌ରେ ଗଲେ ୭୦ ଡାକ୍ତର

ସମ୍ବଲପୁର, (ଓଡିଶା ଟାଇମ୍) : ବୁର୍ଲା ଭୀମସାର ମେଡିସିନ୍ ଓପିଡି ଆଜିଠାରୁ ୧୨ ତାରିଖ ଯାଏଁ ବନ୍ଦ । ଏହା ସହ ୭୦ ଜଣ ଡାକ୍ତରଙ୍କୁ କ୍ବାରାଣ୍ଟାଇନ୍ ରେ ପଠାଯାଇଛି ।  ଏହି ୭୦ ଡାକ୍ତରଙ୍କ ମଧ୍ୟରେ କେବଳ ମେଡିସିନ୍ ବିଭାଗରୁ ୩୮ ଜଣ ଅଛନ୍ତି । ଫଳରେ ମେଡିସିନ୍ ଓପିଡିକୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି କର୍ତ୍ତୃପକ୍ଷ । ତେବେ ଏହି ସମୟରେ ମେଡିସିନ୍ ବିଭାଗ ରୋଗୀଙ୍କୁ କାଜୁଆଲଟି ସେବା ଦିଆଯିବ । ଏହି ସୂଚନା ଦେଇଛନ୍ତି ଭୀମସାର୍ କର୍ତ୍ତୃପକ୍ଷ ।

ମଙ୍ଗଳବାର ମେଡିସିନ୍ ବିଭାଗର ୯ ଜଣ ଡାକ୍ତର ପଜିଟିଭ୍ ବାହାରିବା ପରେ ଏହି ପଦକ୍ଷେପ ନିଆଯାଇଛି । ତେବେ ବର୍ତ୍ତମାନ ପରିସ୍ଥିତିରେ ଟେଲି ମେଡିସିନ୍ ସେବାକୁ ଗୁରୁତ୍ବ ଦିଆଯାଉଛି । ଟେଲି ମେଡିସିନ ନମ୍ବର ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *