ରାଉରକେଲାରୁ ଆସିଛି ୭୦କୋଟି ଟଙ୍କାର GST ଠକେଇ ଅଭିଯୋଗ, ପାଇପ ମିସ୍ତ୍ରୀଙ୍କ ନାଁରେ ଚାଲିଥିଲା ଅର୍ଥ କାରବାର
ରାଉରକେଲା, (ଓଡିଶା ଟାଇମ୍) :ରାଉରକେଲାରେ ଥମିବାର ନାଁ ନେଉନି ଜିଏସଟି ଠକେଇ ମାମଲା । ରାଉରକେଲାରେ ପୁଣି ଜିଏସ୍ଟି ଠକେଇ ନେଇ ଅଭିଯୋଗ ହୋଇଛି । ଏଥର ପାଇପ୍ ମିସ୍ତ୍ରୀଙ୍କ ନାଁରେ ୭୦ କୋଟିର କେଇ ଅଭିଯୋଗ ଆସିଛି । ସେକ୍ଟର-୧୮ ହରିପୁର ବସ୍ତିର ପାଇପ୍ ମିସ୍ତ୍ରୀ ସମୀର ଜୋଜୋଙ୍କୁ ନୋଟିସ୍ ଜାରି କରାଯାଇଛି । ସେକ୍ଟର-୧୮ ମାର୍କେଟରେ ସାଇ ଟ୍ରେଡର୍ସ ଖୋଲି ବ୍ୟବସାୟ ହୋଇଥିଲା ।
ଗତ ୨୧ ତାରିଖରେ ରାଉରକେଲାରେ ୧୨ କୋଟି ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗ ଆସିଥିଲା । ଜିଏସ୍ଟି ପକ୍ଷରୁ ଛାନ୍ଭିନ୍ ଆରମ୍ଭ ହୋଇଥିଲା । ନିର୍ମାଣ ଶ୍ରମିକଙ୍କ ଜାଲ୍ କାଗଜ ପତ୍ର ଦେଇ ବିଭିନ୍ନ କମ୍ପାନୀ ଖୋଲାଯାଇ ଠକେଇ ହୋଇଥିଲା । ପ୍ରାୟ ୧୨କୋଟିରୁ ଅଧିକ ଟଙ୍କାର ଜିଏସ୍ଟି ଠକେଇ ହୋଇଥିବା ଅଭିଯୋଗ ଆସିଥିଲା । ଏହାପରେ ଜିଏସ୍ଟି ବିଭାଗ ପକ୍ଷରୁ ଛାନ୍ଭିନ୍ ଆରମ୍ଭ ହୋଇଥିଲା । ଠକେଇରେ କେଉଁମାନେ ସାମିଲ ଅଛନ୍ତି, ସେନେଇ ଖୋଳତାଡ଼ ଜାରି ରହିଛି ।