ଭୁବନେଶ୍ବରରୁ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ୧୭ଜିଲ୍ଲାରୁ ଆଜି ଆଉ ନୂଆ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ଜଣ ଭୁବନେଶ୍ୱରର । ଏହାସହ ୭ଜଣଙ୍କ ମଧ୍ୟରେ ୪ଜଣ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।
ହୋମ କ୍ୱାରେଣ୍ଟିନରେ ଥିବା ୪ଜଣ ରେଲୱେ କର୍ମଚାରୀ ଓ ସମସ୍ତ ୪ଜଣ ପୁରୁଷ ନିକଟରେ ଦିଲ୍ଲୀରୁ ଫେରିଥିଲେ ।
ସେହିପରି ଡୁମୁଡୁମାରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ୪୫ ବର୍ଷୀୟ ମହିଳା ଥିବା ବେଳେ ଜଣେ ୧୦ବର୍ଷ ନାବାଳକ ଅଛି । ଅନ୍ୟ ଜଣେ ୩୧ ବର୍ଷୀୟା ମହିଳା ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଥିଲେ ।