ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ; ୭ ମୃତ

ଜାକର୍ତ୍ତା, (ଓଡିଶା ଟାଇମ୍) : ଇଣ୍ଡୋନେସିଆର ସୁଲାୱେସି ଆଇଲ୍ୟାଣ୍ଡ୍‌ରେ ଶୁକ୍ରବାର ଏକ ଶକ୍ତିଶାଳୀ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଏଥିରେ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି।  ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୨ ରେକର୍ଡ କରାଯାଇଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଭୂକମ୍ପରେ ଅନେକ ବିଲ୍ଡିଂ ଭୁଶୁଡ଼ି ମାଟିରେ ମିଶି ଯାଇଛି। ଭୂକମ୍ପର ଉତ୍ପତ୍ତି ସ୍ଥଳ ମାଜେନେ ସହର ଠାରୁ ୬ କି.ମି. ଦୂରରେ ଥିଲା।

ସେଠାକାର ସ୍ଥାନୀୟ ସମୟ ଅନୁସାରେ, ଶୁକ୍ରବାର ଭୋର ସମୟରେ ୭ ସେକେଣ୍ଡ୍‌ ପାଇଁ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିଥିବା ବେଳେ ଆଉ କିଛି ଲୋକ ନିଜର ସୁରକ୍ଷା ପାଇଁ ଘର ଛାଡ଼ି ଅନ୍ୟତ୍ର ପଳାଯାଇଥିବା ସୂଚନା ମିଳିଛି। ଯଦିଓ ଏହା ଏକ ଶକ୍ତିଶାଳୀ ଭୂମିକମ୍ପ ଥିଲା ତେବେ ଏନେଇ କୌଣସି ସୁନାମୀ ୱାର୍ଣିଂ ଜାରି କରାଯାଇ ନାହିଁ।

 

Leave a Reply

Your email address will not be published. Required fields are marked *