ଭିଏନା ଗୁଳିକାଣ୍ଡରେ ୭ଜଣଙ୍କ ମୃତ୍ୟୁ

ଭିଏନା, (ଓଡିଶା ଟାଇମ୍) : ୟୁରୋପର ଅଷ୍ଟ୍ରିଆ ଦେଶର ଭିଏନା ସହରରେ ଏକ ଇହୁଦୀ ଉପାସନାଗୃହ ସମେତ ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଘଟିଛି। ଏହି ଘଟଣାରେ ଜଣେ ଆକ୍ରମଣକାରୀ ସମେତ ୭ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଭିଏନା ପୋଲିସ୍ ବିଭାଗ ଅନୁସାରେ ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି।

ଭିଏନା ପୋଲିସ୍ କରିଥିବା ଟ୍ବିଟରେ କୁହାଯାଇଛି ଯେ ରାତି ୮ଟାରେ ଏହି ଗୁଳିକାଣ୍ଡ ହୋଇଥିଲା ଯେଉଁଥିରେ ଅନେକ ରାଉଣ୍ଡ ଗୁଳି ଫୁଟିଥିଲା। ଅନେକ ସନ୍ଦିଗ୍ଧ ରାଇଫଲ୍ ଧରିଥିବା ନଜର ଆସିଛନ୍ତି। ଏଥିରେ ଜଣେ ଅଫିସର ମଧ୍ୟ ଆହତ ହୋଇଛନ୍ତି। ପୋଲିସ୍ ଅଧିକାରୀ ଜଣେ ଆକ୍ରମଣକାରୀକୁ ଗୁଳି କରି ମାରିଛନ୍ତି।

ଏହି ସମୟରେ ସଶସ୍ତ୍ର ସନ୍ଦିଗ୍ଧ ମଧ୍ୟରୁ ଜଣକୁ ସିନେମାର୍ଗରୁ ବାହାରକୁ ବାହାରୁଥିବା ଦେଖାଯାଇପାରିବ। ଆକ୍ରମଣକାରୀ ଦୌଡ଼ିବା ପୂର୍ବରୁ ପ୍ରଥମେ ଗୁଳି କରିଥିଲା।

Leave a Reply

Your email address will not be published. Required fields are marked *