ଜୁଲାଇ ୭ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ସମସ୍ତ ଯୁକ୍ତ ୩ ଷଷ୍ଠ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) : ଲକ୍ ଡାଉନ୍ ପାଇଁ ସାରା ରାଜ୍ୟରେ ସବୁ ବନ୍ଦ ରହିଛି । ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର୍‌ ଜୁଲାଇ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ଅଧ୍ୟକ୍ଷମାନଙ୍କୁ ଚିଠି ଦିଆଯାଇଛି।

ବିଶ୍ୱବିଦ୍ୟାଳୟର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଆସନ୍ତା ଜୁଲାଇ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର ପିଲାଙ୍କ ପ୍ରାକ୍ଟିକାଲ୍‌ ପରୀକ୍ଷା ହେବ। ପରେ ୨୪ରୁ ୨୩ ତାରିଖ ପର୍ଯ୍ୟନ୍ତ ଥିଓରି ପରୀକ୍ଷା କରାଯିବ। ଛାତ୍ରଛାତ୍ରୀମାନେ ୨୮ ଜୁଲାଇ ସୁଦ୍ଧା ପ୍ରୋଜେକ୍ଟ ପେପର୍‌ ଦେବେ ଓ ସେହି ସମୟ ଭିତରେ ଏହାର ମାର୍କ ମଧ୍ୟ ମିଳିବ । କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁସାରେ ପରୀକ୍ଷା ହେବ ।

ଗାଇଡ୍‌ଲାଇନ୍‌ ଅନୁସାରେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀ ଓ ଅନ୍ୟ ସମସ୍ତେ ମାସ୍କ୍‌ ପିନ୍ଧିବେ । ସାନିଟାଇଜ୍‌ର ବ୍ୟବହାର କରିବେ ଆଉ ସାମାଜିକ ଦୂରତା ରକ୍ଷା କରିବେ । ସେହିଭଳି ସବୁଦିନ ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରାଯିବ । ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ତାପମାତ୍ରା ମାପିବା ପାଇଁ ସବୁ କଲେଜରେ ଥର୍ମାଲ୍‌ ସ୍କ୍ରାନର୍‌ ବ୍ୟବସ୍ଥା କରିବାକୁ ଚିଠିରେ କୁହାଯାଇଛି । ଏବାବଦୀୟ ଖର୍ଚ୍ଚ କଲେଜର ଉନ୍ନୟନ ଫଣ୍ଡ୍‌ରୁ ବହନ କରାଯିବ ।

Leave a Reply

Your email address will not be published. Required fields are marked *