ରାଜ୍ୟରେ ନୂଆ ୬୭ କରୋନା ପଜିଟିଭ୍ ଚିହ୍ନଟ, ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ୬୭ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଗତକାଲି ୫୩୮୮ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣ ପରେ ଏହି ୬୭ଜଣ କରୋନା ଭୁତାଣୁ ଦ୍ଵାରା ସଂକ୍ରମିତ ହୋଇଥିବା ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି।

ଏହାଦ୍ଵାରା ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୨ ହୋଇଛି। ଏ ସମସ୍ତେ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ରହିଛନ୍ତି। ଏ ଭିତରେ ରାଜ୍ୟରେ ୧ଲକ୍ଷ ୨୩ ହଜାର ୮୩୪ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣ କରାଯାଇଛି। ସେମାନଙ୍କ ଭିତରୁ ରାଜ୍ୟରେ ୧୩୩୬ଜଣ କୋଭିଡ୍‌ ସଂକ୍ରମିତ ଥିଲେ। ଏହି ସଂକ୍ରମିତଙ୍କ ଚିକିତ୍ସା ପରେ ୪୯୭ଜଣଙ୍କୁ ସୁସ୍ଥ ହୋଇଥିବା ଦର୍ଶାଇ ଘରକୁ ପଠାଇ ଦିଆଯାଇଛି। ୭ଜଣ ରୋଗୀ କରୋନା କାରଣରୁ ମୃତ୍ୟୁ ଶିକାର ହୋଇଛନ୍ତି।

ଗତକାଲି ଚିହ୍ନିତଙ୍କ ଭିତରେ  ନୂଆପଡା ଜିଲ୍ଲାରୁ ଜଣେ ଆକ୍ରାନ୍ତ ରହିଛନ୍ତି। ଏହାଦ୍ଵାରା ରାଜ୍ୟରେ  କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ।

ଗତ କାଲି ଚିହ୍ନଟ ହୋଇଥିବା ୬୭ ଜଣଙ୍କ ମଧ୍ୟରୁ ୬୦ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ, ୪ ଜଣ ହୋମ୍ କ୍ବାରେଣ୍ଟାଇନରୁ ଓ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ମଧ୍ୟରୁ ପୁରୀରୁ ୧୬ ଜଣ ଚିହ୍ନଟ ହୋଇଥିବାବେଳେ ନୟାଗଡର ୧୩, ଗଞ୍ଜାମ ଓ ବଲାଙ୍ଗୀର ଜିଲ୍ଲାରୁ ୭ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ଅନୁଗୁଳରୁ ୬, ସୁନ୍ଦରଗଡ ଓ କଳାହାଣ୍ଡିରୁ ୪ ଜଣ ଲେଖାଏ, ଖୋର୍ଦ୍ଧାରୁ ୩, ମାଲକାନ।ଗିରି ଓ କଟକରୁ ୨ ଜଣ ଲେଖାଏ, ଢେଙ୍କାନାଳ, ଜଗତ୍‌ସିଂହପୁର ଓ ନୂଆପଡ଼ାରୁ ଜଣେ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟର ୨୮ଟି ଜିଲ୍ଲାକୁ ଛୁଇଁଛି କରୋନା ଭାଇରସ । ଏହାପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୮୩୨ ଆକ୍ଟିଭ କେସ୍‌ ଥିବାବେଳେ ୪୯୭ ଜଣ ସୁସ୍ଥ ହେଲେଣି । ୭ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩୮୮ କରୋନା ନମୂନା ଟେଷ୍ଟ କରାଯାଇଛି।

Leave a Reply

Your email address will not be published.