ରାଜ୍ୟରେ କରୋନା ନେଲା ୬୬ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ୨୪ ଘଣ୍ଟା ମଧ୍ୟରେ ୧୨୦୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୩୦୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୯ ଜଣ, କଟକରୁ ୧୧ଜଣ, ଗଞ୍ଜାମରୁ ୧୦ ଜଣ, ବାଲେଶ୍ୱରରୁ ୬ ଜଣ, ଅନୁଗୋଳରୁ ୪ ଜଣ, କେନ୍ଦୁଝରରୁ ୩ ଜଣ, ବଲାଙ୍ଗୀର, ମୟୂରଭଞ୍ଜ ଓ ପୁରୀରୁ ୨ ଜଣେ ଲେଖାଏଁ, ଭଦ୍ରକ, କନ୍ଧମାଳ, ନୟାଗଡ, ନୂଆପଡା, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି ।

Leave a Reply

Your email address will not be published. Required fields are marked *