ଭୁବନେଶ୍ୱରରୁ ଆଉ ୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଶାରେ କରୋନା ମହାମାରୀ ତୀବ୍ର ଭାବେ ବ୍ୟାପିବାରେ ଲାଗିଲାଣି । ଗଞ୍ଜାମ ପରେ ପରେ ଭୁବନେଶ୍ୱରରେ ଅଧିକ ସଂକ୍ରମଣ ଆସିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱର ମହାନଗମ ଅଞ୍ଚଳରୁ ୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ୧୮ ଜଣ ସୁସ୍ଥ ହୋଇଛନ୍ତି ।
ସ୍ଥାନୀୟ ସଂକ୍ରମିତମାନେ ହେଲେ ଭୀମଟାଙ୍ଗିର ୫୦ ବର୍ଷୀୟ ବୃଦ୍ଧ, ଆଚାର୍ଯ୍ୟ ବିହାରର ୨୧ ଓ ୩୮ ବର୍ଷୀୟ ଦୁଇ ଯୁବକ, ଜୟଦେବ ବିହାରର ୨୬ ଓ ୨୧ ବର୍ଷର ଦୁଇ ଯୁବକ, ଜାଗମରାର ୩୮ ବର୍ଷୀୟ ଯୁବକ, ବମିଖାଲର ୪୨ ବର୍ଷୀୟ ଯୁବକ । ସେହିପରି ପଟିଆରେ ମଧ୍ୟ ଜଣେ ୩୫ ବର୍ଷୀୟ ବ୍ୟକ୍ତି, ନୟାପଲ୍ଲୀ ବେହେରା ସାହିରୁ ୫୬ ବର୍ଷୀୟ ବୃଦ୍ଧ, ସାଲିଆ ସାହିରୁ ୩୫ ବର୍ଷୀୟା ମହିଳା ଓ ଏକ କେନ୍ଦ୍ରୀୟ ହସ୍ପିଟାଲର ଜଣେ ୨୯ ବର୍ଷୀୟ ବ୍ୟକ୍ତି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସରକାରୀ ହସ୍ପିଟାଲର ୨୪, ୨୪ ଓ ୨୯ ବର୍ଷୀୟ ଯୁବକ, ନୟାପଲ୍ଲୀ ଆଇଆରସି ଭିଲେଜର ୨୧ ବର୍ଷୀୟା ଯୁବତୀ, ସାଲିଆ ସାହିର ୩୪ ଓ ୪୩ ବର୍ଷୀୟ ଦୁଇ ବ୍ୟକ୍ତି, ଶ୍ୟାମପୁରର ୩୪ ବର୍ଷୀୟ ବ୍ୟକ୍ତି, ଏକାମ୍ର ବିହାରର ୪୫ ବର୍ଷୀୟ ବ୍ୟକ୍ତି ଓ ଘାଟିକିଆର ଜଣେ ୪୬ ବର୍ଷୀୟା ମହିଳା ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।