ରାଜ୍ୟ ପାଇଁ ଭଲ ଖବର , ସୁସ୍ଥ ହେଲେ ଆଉ ୬୦୭ କରୋନା ସଂକ୍ରମିତ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟର ସବୁଠୁ ଅଧିକ କରୋନା ପ୍ରବଣ ଜିଲ୍ଲା ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଲକ୍ଡାଉନ୍ ଲାଗୁ କରାଯାଇଛି। ଆଶ୍ଵସ୍ତିକର ବିଷୟ ଦୈନିକ ବଢୁଥିବା ସଂକ୍ରମଣ ସହିତ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି କ୍ରମରେ ଆଜି ୬୦୭ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୧୯୩୮କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ଆଜି ମଧ୍ୟ ଗଞ୍ଜାମରୁ ସର୍ବାଧିକ ୨୭୯ ସଂକ୍ରମିତ ସୁସ୍ଥ ଲାଭ କରିଛନ୍ତି। ସେହି ପରି ଯାଜପୁରରୁ ୮୪, ଖୋର୍ଦ୍ଧାରୁ ୫୦, କଟକରୁ ୪୨, କେନ୍ଦୁଝରରୁ ୨୩, ମାଲକାନଗିରିରୁ ୨୧, ପୁରୀରୁ ୧୫, ସୁନ୍ଦରଗଡରୁ ୧୫, ମୟୂରଭଞ୍ଜରୁ ୧୨, ବରଗଡରୁ ୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କୋରାପୁଟରୁ ୯, କନ୍ଧମାଳରୁ ୮, ଜଗତସିଂହପୁରରୁ ୭, ଅନୁଗୁଳ, ବାଲେଶ୍ଵର ଓ ନରବଙ୍ଗପୁରରୁ ୬ ଜଣ ଲେଖାଏଁ, ଭଦ୍ରକରୁ ୫, ଗଜପତିରୁ ୩, କେନ୍ଦ୍ରାପଡା ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଏବଂ ଢେଙ୍କାନାଳରୁ ଜଣେ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆଜି ମୋଟ୍ ୬୦୮ ଜଣ କରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି।