ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ

କୋରାପୁଟ, (ଓଡିଶା ଟାଇମ୍):   ଟ୍ରେନର  ୬ ଟି ବଗି ଲାଇନ ଚ୍ୟୁତ । ରାତି ପ୍ରାୟ ୩ଟା ବେଳେ କୋରାପୁଟ ଷ୍ଟେସନଠାରୁ ୨୫ କିମି ଦୁ୍ରରେ ଘଟିଛି ଏହି ଘଟଣା । କିରଣ୍ଡୁଲରୁ ଲୁହା ପଥର ବୋଝେଇ ଟ୍ରେନଟି ବିଶାଖାପାଟଣା ଅଭିମୁଖେ ଯାଉଥିବାବେଳେ ଭେଜା ନିକଟରେ  ଲାଇନଚ୍ୟୁତ ହୋଇଛି । ଫଳରେ କୋରାପୁଟ-ବିଶାଖାପାଟଣା ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି । କୋରାପୁଟ ଉଦ୍ଧାରକାରୀ ଟିମ ଘଟଣା ସ୍ଥଳକୁ ଯାଇଛନ୍ତି । ବିଶାଖାପାଟଣା କୋରାପୁଟ- କିରଣ୍ଡୁଲ ଓ କିରଣ୍ଡୁଲ-କୋରାପୁଟ-ବିଶାଖାପାଟଣା  ଏକ୍ସପ୍ରେସ  ଟ୍ରେନ ଚଳାଚଳ ବାତିଲ କରାଯାଇଛି

Leave a Reply

Your email address will not be published. Required fields are marked *