୬ଟି ଉପାୟରେ ବର୍ଷାଦିନେ ନିଅନ୍ତୁ କେଶର ଯତ୍ନ

ଭୁବନେଶ୍ୱର, (ଓଡିଶା ଟାଇମ): ସୁନ୍ଦର କେଶ ପାଇବା ପାଇଁ ପ୍ରାୟ ସମସ୍ତେ ଚାହାଁନ୍ତି । ଏଥିପାଇଁ କେଶରେ ବହୁ ହେୟାର ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । ହେଲେ ମଧ୍ୟ ଅଧିକାଂଶ ମହିଳାମାନେ ପତଳା କେଶ ତଥା ଚୁଟି ଝଡିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ବର୍ଷାଦିନେ ଏହିପରି ଭାବେ ନିଅନ୍ତୁ ନିଜ କେଶର ଯତ୍ନ-

  • ବର୍ଷାଦିନରେ କେଶରେ ଅତ୍ୟଧିକ ହେୟାର ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ । କେଶକୁ ଭଲଭାବେ ସଫା ରଖନ୍ତୁ ଏବଂ ଧୋଇବା ପରେ କଣ୍ଡିସନର କିମ୍ବା ସିରମ ଲଗାଇବାକୁ ଭୁଲନ୍ତୁ ନାହିଁ ।
  • ନିୟମିତ ବ୍ୟବଧାନରେ ହେୟାର କଟ୍ କରନ୍ତୁ । ଯାହାଦ୍ୱାରା କେଶ ଫାଟିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିସହିତ କେଶ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ । ହେୟାର ଏକ୍ସପର୍ଟଙ୍କ ମତରେ ରେଗୁରାଲ ହେୟାର କଟ୍ କରିବା ଦ୍ୱାରା କେଶ ଫାଟିବା ଏବଂ ହେୟାର ଫଲ୍ ପରି ସମସ୍ୟାରୁ ଉପଶମ ମିଳିପାରିବ ।
  • ଏହି ଦିନରେ ପ୍ରୋଟିନରେ ଭରପୂର ଖାଦ୍ୟ ଖାଆନ୍ତୁ ଏବଂ ତଟକା ଫଳ ଓ ପନିପରିବା ମଧ୍ୟ ସେବନ କରନ୍ତୁ । ଏହା ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ । ଯାହା ଆପଣଙ୍କ କେଶ ପାଇଁ ମଧ୍ୟ ଭଲ ।
  • ବର୍ଷାଦିନେ ଅଧିକ ପାଣି ପିଅନ୍ତୁ ଏବଂ ଦରକାର ଅନୁଯାୟୀ କେଶରେ ହାଲୁକା ଉଷୁମ ତେଲ ଭଲଭାବେ ମାଲିସ କରନ୍ତୁ ।ଏହା ଆପଣଙ୍କ କେଶକୁ ପୋଷଣ ଦେଇଥାଏ ।
  • କେଶକୁ ବର୍ଷା ପାଣିରେ ଭିଜିବାର ବ ।ନ୍ତୁ । ବର୍ଷା ପାଣିରେ ଧୁଳି କଣା ଭରି ରହିଥାଏ । ଯାହା କେଶକୁ କମଜୋର କରିବା ସହ ଶୁଷ୍କ କରି ଦେଇଥାଏ ।

ଏହି ଦିନରେ କେଶର ବୃଦ୍ଧି ଓ ପୋଷଣ ଲାଗି ଆପଣ ମଝିରେ ମଝିରେ ଅଣ୍ଡାର ବ୍ୟବହାର କରିପାରିବେ । ଅଣ୍ଡାରେ ଥିବା ପ୍ରୋଟିନ୍‌, ଭିଟାମିନ୍ ବି କପ୍ଲେକ୍ସ, ବାୟୋଟିନ୍ ଭଳି ଅନ୍ୟ ଜରୁରୀ ପୋଷକ ତତ୍ୱ ରହିଥାଏ । ଏହା କେଶକୁ ଝଡିବାରୁ ରକ୍ଷା କରିଥାଏ । ଏହାସହ କେଶକୁ ସୁନ୍ଦର, ମୁଲାୟମ ଓ ମଜଭୁତ କରିବାରେ ସହାୟକ ହୋଇଥାଏ । ଯଦି ଆପଣଙ୍କ ଚୁଟି ପତଳା ଓ ଝଡୁଥାଏ, ତାହେଲେ ଅଣ୍ଡା ଲଗାଇବା ଆରମ୍ଭ କରନ୍ତୁ ।

ଏହି ଦିନରେ କେଶକୁ ଶୁଖାଇବା ଲାଗି ହେୟାର ଡ୍ରାୟରର ବ୍ୟବହାର ଅଧିକ କରନ୍ତୁ ନାହିଁ । କେଶରେ ଅତ୍ୟଧିକ କେମିକାଲ ଯୁକ୍ତ ଉତ୍ପାଦର ବ୍ୟବହାର କରନ୍ତୁ ନାହିଁ ।

Leave a Reply

Your email address will not be published.

%d bloggers like this: