ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୬ କରୋନା ପଜିଟିଭ୍, ସୁସ୍ଥ ହେଲେ ୧୯
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଭୁବନେଶ୍ୱରରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩ଟି ହୋମ୍ କ୍ୱାରେଣ୍ଟିନ୍, ୩ଟି ଲୋକାଲ୍ କଣ୍ଟାକ୍ଟସ୍ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
ହୋମ୍ କ୍ୱାରେଣ୍ଟିନ୍ କେସ୍ ମଧ୍ୟରୁ ଡୁମ୍ଡୁମା ଅଞ୍ଚଳରୁ ଜଣେ, ଆଇଆର୍ସି ଭିଲେଜ୍ ଅଞ୍ଚଳରୁ ଜଣେ ଓ ବାପୁଜୀନଗର ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି।
ଲୋକାଲ୍ କଣ୍ଟାକ୍ଟସ୍ କେସ୍ ମଧ୍ୟରେ ଟଙ୍କପାଣି ରୋଡ୍ ଅଞ୍ଚଳରେ ରହୁଥିବା ଜଣେ ଘରୋଇ ହସ୍ପିଟାଲ୍ର କର୍ମଚାରୀ, ରାଜାରାଣୀ ମନ୍ଦିର ନିକଟରୁ ଜଣେ, ଫରେଷ୍ଟ ପାର୍କ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ତେବେ ଆଜି ଭୁବନେଶ୍ୱରରେ ଆଉ ୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।