ରାଜସ୍ଥାନ: କ୍ୱାରେଣ୍ଟୀନ୍‌ କେନ୍ଦ୍ରରେ ପୁଅକୁ ଖାଇବାକୁ ଦେବାକୁ ଯାଇ ପରିବାରର ୬ ସଦସ୍ୟ ଆକ୍ରାନ୍ତ  

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) : କ୍ଵାରେଣ୍ଟୀନ୍‌ କେନ୍ଦ୍ରରେ ଥିବା ପୁଅକୁ ଖାଦ୍ୟ ଦେବାକୁ ଯାଇ ପରିବାରର ୬ ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାରେ l କରୋନା ଭାଇରସରେ ସଂକ୍ରମିତ ଯୁବକଙ୍କୁ ଦେଖା କରିବାକୁ ଯିବା ମହଙ୍ଗା ପଡ଼ିଛି । ସାଥୀରେ ଟିଫିନରେ ଭୋଜନ ମଧ୍ୟ ନେଇଥିଲେ । କିଛି ସମୟ ପରେ ପରିବାରର ୬ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।
ସ୍ଥାନୀୟ ଜିଲ୍ଲା ପ୍ରଶାସନର କଟକଣା ସତ୍ତ୍ୱେ ପରିବାର ଲୋକେ ନିଜର ପୁଅକୁ ଦେଖିବାକୁ ଯାଇଥିଲେ | ମଙ୍ଗଳବାର ହୋଇଥିବା ନମୁନା ପରୀକ୍ଷା ରିପୋର୍ଟରୁ ପରିବାରର ୬ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡୁଛି l ଗୋଟିଏ ପରିବାରର ୬ ଜଣ ସଦସ୍ୟ ପଜିଟିଭ ଚିହ୍ନଟ ହେବା ପରେ ଅନ୍ୟମାନଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଛି । କ୍ୱାରେଣ୍ଟୀନ ସେଣ୍ଟର କହିବା ଅନୁସାରେ ଯୁବକଙ୍କୁ ଅନ୍ୟ କ୍ୱାରେଣ୍ଟୀନର ଲୋକଙ୍କ ସହିତ ଖାଇବା-ପିଇବା ସୁବିଧା ଦିଆଯାଉଛି । ହେଲେ ବାରମ୍ବାର ମନା କରିବା ସତ୍ତେ ଅନେକ ଥର ମଧ୍ୟ ପରିବାର ଲୋକେ ଟିଫିନ ନେଇ ଆସୁଥିଲେ ।
ସମଗ୍ର ଗାଁରେ ଏହି ଯୁବକଙ୍କୁ ଗତ କିଛି ଦିନ ହେବ ଖେରଡି କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ଏହି ଗାଁର ୨ ଜଣ ଯୁବକ ପୂର୍ବରୁ ମଧ୍ୟ କ୍ୱାରେଣ୍ଟୀନରେ ଥିଲେ । କିନ୍ତୁ ଏହି ୩ ଜଣଙ୍କୁ ଖାଇବାକୁ ଦେବା ପାଇଁ ପରିବାର ଲୋକେ ଆସୁଥିଲେ । ୬ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅନ୍ୟମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ପୁରା କ୍ୱାରେଣ୍ଟୀନ ସେଣ୍ଟରକୁ ବିଶୋଧନ କରାଯାଇଛି l

Leave a Reply

Your email address will not be published.