ଦାଦାବଟି ମାଗିବା ଅଭିଯୋଗରେ ୬ଜଣ ସାମ୍ବାଦିକ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) : ଦାଦାବଟି ମାଗିବା ଅଭିଯୋଗରେ ୬ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ହୋଇଥିବା ୬ଜଣ କିଛି ୱେବ ପୋର୍ଟାଲର ସାମ୍ବାଦିକ ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ନଗଦ ଟଙ୍କା, ବାଇକ, କାର୍‌ ଓ ମୋବାଇଲ ଜବତ ହୋଇଛି ।

ପୁଲିସ ସୁଚନା ଅନୁଯାୟୀ, ୭ ଜଣ ସାମ୍ବାଦିକଙ୍କ ନାଁରେ ଦାଦାବଟି ମାଗିଥିବା ଆଭିଯୋଗକୁ ଭିତ୍ତି କରି, ତମାଣ୍ଡୋ ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏକ ଘିଅ କମ୍ପାନୀ ମାଲିକଙ୍କ ସଂସ୍ଥାରେ ରେଡ କରିବାର ଭୟ ଦେଖାଇ ଏମାନେ ୩ ଲକ୍ଷ ଟଙ୍କା ଦାବି କରିଥିଲେ ।

ପ୍ରଥମ କିସ୍ତିରେ ୯୯ହଜାର ଓ ପରେ ୩୧ ହଜାର ଟଙ୍କା ନେଇଥିଲେ । ଏମାନେ ସମସ୍ତେ ନିଜକୁ ସାମ୍ବାଦିକ କହି, ୱେବ ଚ୍ୟାନେଲର ବୁମ ଦେଖାଇ ଟଙ୍କା ନେଇଥିଲେ । ବିନା ରେଜିଷ୍ଟ୍ରସନରେ ମାଳ ମାଳ ୱେବ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଏମାନେ ପୂର୍ବରୁ ମଧ୍ୟ୍ୟ ଏହିଭଳି କରିଥିବା ନଜୀର ରହିଛି । ଏମାନେ ଯଦି କାହାକୁ ଧମକ ଦେଉଛନ୍ତି କିମ୍ବା ଦେଇଛନ୍ତି ସେମାନେ ନିକଟସ୍ଥ ଥାନାରେ ରିପୋର୍ଟ ଦେଇପାରିବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published.