ବନ୍ୟା ପ୍ରଭାବିତ ଜିଲ୍ଲାରେ ମୁକାବିଲା ପାଇଁ ୬ ବରିଷ୍ଠ ଅଧିକାରୀ ନିଯୁକ୍ତ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ବନ୍ୟା ସାଂଘାତିକ ରୁପ ଧାରଣ କରିଛି l ଏହି ସ୍ଥିତିକୁ ଦେଖି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ବନ୍ୟା ପରିଚାଳନା ପାଇଁ ୬ଜଣ ବରିଷ୍ଠ IAS ଅଧିକାରୀଙ୍କୁ ସ୍ବତନ୍ତ୍ର ଦାୟିତ୍ୱ ଦିଆଯାଇଛି । ଜିଲ୍ଲାରେ ବନ୍ୟା ସ୍ଥିତି ଓ ପରିଚାଳନା ନେଇ ଦାୟିତ୍ବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ବିଭିନ୍ନ ନଦୀରେ ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଓ ପରିଚାଳନା ନେଇ ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଭଦ୍ରକ ଜିଲ୍ଲା ପାଇଁ ବିଷ୍ଣୁପ୍ରସାଦ ସେଠୀ, ପୁରୀ ଜିଲ୍ଲା ପାଇଁ କେନ୍ଦ୍ରାଞ୍ଚଳ ଆର୍ଡିସିଙ୍କୁ ଦାୟିତ୍ୱ ,ଜଗତସିଂହପୁର ଜିଲ୍ଲା ପାଇଁ ସତ୍ୟବ୍ରତ ସାହୁଙ୍କୁ ଦାୟିତ୍ୱ, କଟକ ଜିଲ୍ଲା ପାଇଁ ବି.କେ ସିଂହଙ୍କୁ ଦାୟିତ୍ୱ , କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ , ବାଲେଶ୍ୱର ଜିଲ୍ଲା ପାଇଁ ବିଶାଲ ଦେବଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଯାଜପୁର ଜିଲ୍ଲା ପାଇଁ ଭି.ଭି ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି ।