ରାଜ୍ୟରେ ଆଜି ଆଉ ୬ ମୁଣ୍ଡ ନେଲା କରୋନା
ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ରାଜ୍ୟରେ ୬୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗଞ୍ଜାମରୁ ୫ ଓ ଗଜପତିରୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୫୯ରେ ପହଞ୍ଚିଛି । ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚିଛି ।
ଗଞ୍ଜମରେ ୫ ମୃତକଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ପୁରୁଷ ଅଛନ୍ତି, ସେ ମଧୁମେହରେ ପୀଡିତ ଥିଲେ । ସେହିପରି ଆଉ ଜଣେ ୪୦ ବର୍ଷୀୟ ପୁରୁଷ, ୫୨ ବର୍ଷୀୟ ପୁରୁଷ, ୪୨ ବର୍ଷୀୟ ପୁରୁଷ, ୫୪ ବର୍ଷୀୟ ପୁରୁଷଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ।
ଅନ୍ୟପଟେ ଗଜପତିରେ ଜଣେ ୫୫ ବର୍ଷୀୟ ମହିଳାଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ସେ ମଧ୍ୟ ମଧୁମେହ ରୋଗରେ ପୀଡିତ ଥିବା ସୂଚନା ମିଳିଛି ।