କଟକରେ 5T ସଚିବ ଭିକେ ପାଣ୍ଡିଆନ୍
ଭୁବନେଶ୍ବର, (ଓଡିଶା ଟାଇମ୍) :କଟକ ଜିଲ୍ଲା ଗସ୍ତ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। 5T ସଚିବ ଭିକେ ପାଣ୍ଡିଆନ ସ୍ଥିତି ସମୀକ୍ଷା କରିଛନ୍ତି। ତାଳଦଣ୍ଡା କେନାଲ ସମ୍ପ୍ରସାରଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। ସମ୍ପ୍ରସାରଣ କାର୍ଯ୍ୟ ଅଗ୍ରଗତିର ତଦାରଖ କଲେ ସଚିବ ଭିକେ ପାଣ୍ଡିଆନ୍।
ଆଜି ଭୋର ସମୟରେ 5T ସଚିବ ଭିକେ ପାଣ୍ଡିଆନ କଟକ ଛତ୍ରବଜାର ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ତଦାରଖ କରିଛନ୍ତି। ତାଳଦଣ୍ଡା କେନାଲର ଅଗ୍ରଗତିର ସମ୍ପର୍କରେ ସମୀକ୍ଷା କରିଛନ୍ତି। ତାଳଦଣ୍ଡା କେନାଲ ରୋଡକୁ ୩ ଲେନ୍ ବିଶିଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ରୋଡ କଟକ ରିଙ୍ଗ୍ ରୋଡ଼କୁ ସଂଯୋଗ କରିବ। ଏହାଦ୍ବାରା ଏସ୍ସିବି ମେଡିକାଲ୍କୁ ରୋଗୀଙ୍କ ଯାତାୟତ ସୁବିଧା ଓ ସରଳ ହେବ। 5T ସଚିବ ଭିକେ ପାଣ୍ଡିଆନଙ୍କ ସହ ଜିଲ୍ଲାପାଳ, ଆରଡିସି, ପୂର୍ତ୍ତ ଓ ଶକ୍ତି ବିଭାଗର ସଚିବ ଏବଂ ସ୍ବାସ୍ଥ୍ୟ ବିଭାଗର ପ୍ରତିନିଧି ଉପସ୍ଥିତ ଥିଲେ।