ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୯୫ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୯୫ ଜଣ  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୨୧ ରେ ପହଞ୍ଚିଛି । ଏହାସହ ମୋଟ ସଂଖ୍ୟା ୧୩ ହଜାର ଟପିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୦୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱରରୁ ୧୧, ବରଗଡରୁ ୩, ଭଦ୍ରକରୁ ୧୧, ବଲାଙ୍ଗୀର ୧, କଟକରୁ ୧୧, ଗଜପତିରୁ ୨୦, ଗଞ୍ଜାମରୁ ୨୩୦, ଜଗତସିଂପୁରରୁ ୫, ଯାଜପୁରରୁ ୯୭, କଳାହାଣ୍ଡିରୁ ୪, କେନ୍ଦ୍ରାପଡାରୁ ୨, କେଉଁଝରରୁ ୩, ଖୋର୍ଧାରୁ ୭୬, କୋରାପୁଟରୁ ୪୪, ମାଲକାନଗିରିରୁ ୩୬, ମୟୂରଭଞ୍ଜରୁ ୧୪, ନୟାଗଡରୁ ୫, ପୁରୀରୁ ୧୦, ରାୟଗଡା ଓ ସମ୍ବଲପୁରର ୨ ଜମ ଲେଖାଏଁ ଏବଂ ସୁନ୍ଦରଗଡରୁ ୮ ଜଣ ରହିଛନ୍ତି ।

Leave a Reply

Your email address will not be published.