ସରକାରଙ୍କ ବଡ଼ ନିଷ୍ପତ୍ତି ! ବ୍ୟାନ୍‌ ହେଲା ଟିକଟକ୍‌ ସମେତ ୫୯ଟି ଚାଇନିଜ୍‌ ଆପ୍‌

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତରେ ଟିକଟକ୍ ବ୍ୟାନ୍ । ଭାରତର ସାର୍ବଭୌମତ୍ଵ , ସଂହତି ଓ ପ୍ରତିରକ୍ଷା ପ୍ରତି ଆଞ୍ଚ  ଆଣୁଥିବା ଅଭିଯୋଗରେ ଚିନ୍‌ ଦେଶର ବିଭିନ୍ନ ସଂସ୍ଥା ଦ୍ଵାରା ପରିଚାଳିତ ଟିକ୍‌ଟକ୍ ସମେତ ୫୯ଟି ଚାଇନିଜ୍ ଆପ୍‌କୁ  ଭାରତ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । ସୂଚନା ପ୍ରଯୁକ୍ତି ନିୟମାବଳୀ-୨୦୦୯ ର ସେକ୍ସନ୍‌ ୬୯ ଏ ଅନୁସାଏ ଭାରତ ସରକାର ଏହି କଠୋର ପଦକ୍ଷେପ ନେଇଛନ୍ତି। ଏହା ଚୀନ ପ୍ରତି ଭାରତର କଠୋର ମନୋଭାବକୁ ସ୍ପଷ୍ଟ କରୁଛି।

ନିଷିଦ୍ଧ ହୋଇଥିବା ଏହି ଆପ୍‌ଗୁଡ଼ିକ ମଧ୍ୟରେ କିଛି ଲୋକପ୍ରିୟ ଆପ୍‌ ହେଲା, ସେୟାର ଇଟ୍‌, ହେଲୋ, ୱିଇ ଚାଟ୍‌, ବିଉଟି ପ୍ଲସ୍‌, ଭିଗୋ ଭିଡିଓ, କ୍ୟାମ୍ ସ୍କାନର, କ୍ଲିନ୍ ମାଷ୍ଟର, ଭିଭା ଭିଡିଓ, କ୍ଲବ ଫ୍ୟାକ୍ଟ୍ରି, ଲାଇକି , ୟୁସି ବ୍ରାଉଜର, ଶେଇନ୍‌, କ୍ଲାଶ୍‌ ଅଫ୍‌ କିଙ୍ଗସ୍‌, ଏମ୍‌ଆଇ କମ୍ୟୁନିଟି, ସିଏମ୍‌ ବ୍ରାଉଜର, ଭାଇରସ୍‌ କ୍ଲିନର, ଆପସ୍‌ ବ୍ରାଉଜର, ରୋମି, କ୍ଲବ୍‌ ଫ୍ୟାକ୍ଟ୍ରି, ନ୍ୟୁଜ୍‌ ଡଗ୍‌, ୟୁସି ନ୍ୟୁଜ୍‌, ଜେଣ୍ଡର, ୱିବୋ, କ୍ୟୁକ୍ୟୁ ମେଲ୍‌, କ୍ୟୁକ୍ୟୁ ମ୍ୟୁଜିକ୍‌ଳ ବିଗୋ ଲାଇଭ୍‌, କ୍ୟୁକ୍ୟୁ ନ୍ୟୁଜ୍‌ଫିଡ୍‌, ସେଲଫି ସିଟି, ମେଲ୍‌ ମାଷ୍ଟର, ପାରାଲାଲ୍‌ ସ୍ପେସ୍‌, ଏମ୍‌ଆଇ ଭିଡିଓ କଲ୍‌, ୱି ସିଙ୍କ୍‌, ଭିଗୋ ଭିଡିଓ, ଭଲ୍ଟ ହାଇଡ୍‌, କ୍ୟାମ୍‌ ସ୍କାନର, ୱି ମିଟ୍‌, ଡିୟୁ କ୍ଲିନର ପ୍ରଭୃତି। ଏହି ୫୯ଟି ଆପ୍‌ର ତାଲିକା ଭାରତ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଯୋଗେ ନିଷ୍ପଦ୍ଧ ଘୋଷଣା କରାଯାଇଥିବା କୁହାଯାଇଛି।

 

ଏହିସବୁ ଆପ୍‌ର ଚାହିଦା ଭାରତରେ ଢ଼େର ଅଧିକ ଥିଲା । ଏଭଳିକି ଟିକ୍‌ଟକ୍ ଭାରତୀୟ ଯୁବପୀଢ଼ିଙ୍କୁ ବେଶ ଆକୃଷ୍ଟ କରିଥିଲା । ଏଭଳିକି ଏହି ଆପ୍‌କୁ ନେଇ ବିବାଦ ଉପୁଜିଥିଲା । ଟିକ୍‌ଟକ୍ ବ୍ୟତୀତ ଅନ୍ୟସବୁ ଚାଇନିଜ୍ ଆପ୍ ବିରୋଧରେ ଆସିଥିଲା ବହୁ ସଙ୍ଗୀନ ଅଭିଯୋଗ । ଏହିସବୁ ଆପ୍ ତଥ୍ୟ ଚୋରି କରୁଥିବାର ଥିଲା ସାଂଘାତିକ ଅଭିଯୋଗ । ତେଣୁ ଏହି ଅଭିଯୋଗକୁ ଆଧାର କରି ଭାରତ ସରକାର ୫୯ଟି ଚାଇନିଜ୍ ଆପକୁ ବ୍ୟାନ କରିଛନ୍ତି । ଏହାବଦ୍‌ ଆହୁରି ଅନେକ ଚିନ୍‌ ଭିତ୍ତିକ ମୋବାଇଲ୍‌ ଆପ୍‌ ଏବେ ବି ଭାରତୀୟ ବଜାରରେ ପ୍ରଚଳିତ ରହିଛି। ବିଶେଷକରି ଭିଡିଓ କନ୍‌ଫରେନ୍ସିଂ ପାଇଁ ଏସବୁ ବ୍ୟବହାର କରାଯାଉଛି।

ସେପଟେ ଗଲୱାନ୍ ଘାଟି ବିବାଦ ପରେ ଚୀନ ବିରୁଦ୍ଧରେ ଭାରତ ସରକାରଙ୍କ ଏହା ପ୍ରଥମ ପଦକ୍ଷେପ ବୋଲି କୁହାଯାଉଛି । ଏହାସହ ଚୀନ ବିରୁଦ୍ଧରେ କାର‌୍ୟ୍ୟନୁଷ୍ଠାନ ଆରମ୍ଭ ହୋଇଯାଇଛି । ଗଲୱାନ ଘାଟିରେ ୨୦ ଯବାନ ସହିଦ ହେବା ପରେ ଭାରତୀୟ ଆକ୍ରୋଶର ଶିକାର ହୋଇଥିଲା ଚୀନ । ଟିକଟକ୍ ଡିଲିଟ ପାଖରୁ ବିଭିନ୍ନ ଚାଇନିଜ୍ ଦ୍ରବ୍ୟର ବ୍ୟବହାର ବନ୍ଦ କରିଥିଲେ ଭାରତୀୟ । ଏବେ ଭାରତ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଏହାସହ ଆଗକୁ ଆହୁରି କଡ଼ା ପଦକ୍ଷେପ ନେଇ ସମ୍ଭାବନା ସୃଷ୍ଟି ହୋଇଛି ।

Leave a Reply

Your email address will not be published.