ରାଜ୍ୟରେ ଆଉ ୫୭୭ କରୋନା ସଂକ୍ରମିତ ଚିହ୍ନଟ : ୧୧ ହଜାର ଟପିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୨୦୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୧୬ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୬୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମରୁ ୨୬୦, କେଉଁଝରରୁ ୪୮, ବାଲେଶ୍ୱରର ୩୦, ଭଦ୍ରକରୁ ୨, କଟକରୁ ୧୪, ଢେଙ୍କାନାଳ ୪, ଗଜପତିରୁ ୧୭, ଜଗତସିଂପୁରରୁ ୭, ଯାଜପୁରରୁ ୯, ଝାରସୁଗୁଡାରୁ ୧, କୋର୍ଧାରୁ ୫୬, କୋରାପୁଟରୁ ୬, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୪, ନୟାଗଡରୁ ୧,ଅନୁଗୋଳର ୭, ପୁରୀରରୁ ୫, ସମ୍ବଲପୁରରୁ ୩ ଓ ସୁନ୍ଦରଗଡରୁ ୮୩ଜଣ ରହିଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୦୧ରେ ପହଞ୍ଚିଛି। ସେଥିମଧ୍ୟରୁ ୭,୦୦୬ଜଣ ସୁସ୍ଥ ହୋଇଥିବାବେଳେ ୪,୧୨୮ଜଣ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published.