ରାଜ୍ୟରେ ଦିନକରେ ୫୦୦ ଟପିଲା କରୋନା ସଂକ୍ରମଣ
ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୫୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୩୨୬୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୭ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୨୩୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯୬ ଜଣ, ସୁନ୍ଦରଗଡ଼ରୁ ୮୦ ଜଣ, ନୂଆପଡ଼ାରୁ ୬୦ ଜଣ, ବରଗଡ଼ରୁ ୪୩ ଜଣ, ଝାରସୁଗୁଡ଼ା ୩୯ ଜଣ, ଅନୁଗୁଳ ୩୨ ଜଣ, କଟକ ୨୮ ଜଣ, କଳାହାଣ୍ଡିରୁ ୨୪ ଜଣ, ବଲାଙ୍ଗିର ୨୦ ଜଣ, ରାୟଗଡ଼ା ୧୬ ଜଣ, ମୟୂରଭଞ୍ଜ ୧୩ ଜଣ, ବାଲେଶ୍ବରରୁ ୧୧ ଜଣ, କେନ୍ଦୁଝର ଓ ଗଞ୍ଜାମରୁ ୮ ଜଣ ଲେଖାଏଁ , ନବରଙ୍ଗପୁର, ଭଦ୍ରକ, ଗଜପତି, କୋରାପୁଟରୁ ୩ ଜଣ ଲେଖାଏଁ, ସୋନପୁର ୨ ଜଣ, ନୟାଗଡ଼, କେନ୍ଦ୍ରାପଡ଼ା, କନ୍ଧମାଳ, ଦେବଗଡ଼ ଓ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।