ରାଜ୍ୟ ପାଇଁ ଖୁସି ଖବର, ରେକର୍ଡ଼ ସଂଖ୍ୟକ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରୁ ରେକର୍ଡ ସଂଖ୍ୟକ ୫୬୫  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୯୭୨କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ତେବେ ଆଜି ଗଞ୍ଜାମରେ ସବାଧିକ ୧୮୫ ଓ ରାୟଗଡାରେ ୮୫ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବଲାଙ୍ଗିରୁ ୪୫, କଟକରୁ ୩୨, ମାଲକାନଗିରିରୁ ୩୦, ବରଗଡରୁ ୨୪, ସୁନ୍ଦରଗଡରୁ ୨୪, ଅନୁଗୁଳରୁ ୨୩, ବାଲେଶ୍ୱରରୁ ୧୭, ଜଗତସିଂହପୁରରୁ ୧୭, ଖୋର୍ଦ୍ଧାରୁ ୧୫, ଯାଜପୁରରୁ ୧୩, କେନ୍ଦ୍ରପଡାରୁ ୧୦, ଗଜପତି, ଝାରସୁଗୁଡା ଓ ନବରଙ୍ଗପୁରରୁ ୮ ଜଣ ଲେଖାଏଁ, ମୟୂରଭଞ୍ଜରୁ ୭, ଭଦ୍ରକରୁ ୪, ପୁରୀରୁ ୩, ଡେଙ୍କାନାଳ, କେନ୍ଦୁଝରରୁ ୨ ଜଣ ଲେଖାଏଁ, ବୌଦ୍ଧ, କନ୍ଧମାଳ ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 

Leave a Reply

Your email address will not be published.