ଗୁପ୍ତରେ ବିବାହ କଲେ ୫୬ ବର୍ଷୀୟ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ
ଲଣ୍ଡନ, (ଓଡିଶା ଟାଇମ୍): ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବିବାହ କରିଛନ୍ତି। ଗୋପନରେ ଆୟୋଜିତ ଏକ ଉତ୍ସବରେ ସେ ତାଙ୍କ ପ୍ରେମିକା କ୍ୟାରୀ ସାଇମଣ୍ଡସ୍ଙ୍କୁ ନିଜ ଜୀବନସାଥୀ ଭାବରେ ଗ୍ରହଣ କରିଛନ୍ତି। ଖବରକାଗଜ ସନ୍ ସୂତ୍ରରୁ ଜଣାଯାଇଛି ଯେ ୱେଷ୍ଟମିନିଷ୍ଟର କ୍ୟାଥେଡ୍ରାଲରେ ଏହି ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୋଟ ପ୍ରାୟ ୩୦ ଜଣ ଅତିଥି ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ଜନସନ ଓ କ୍ୟାରୀଙ୍କ ପୁଅ ମଧ୍ୟ ଥିଲେ।
୨୦୨୦ ଏପ୍ରିଲ ୨୯ରେ ସେମାନଙ୍କର ଏହି ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବିବାହ ଉତ୍ସବ ସମୟରେ କ୍ୟାଥେଡ୍ରାଲକୁ ଅଧଘଣ୍ଟା ପାଇଁ ବନ୍ଦ କରିଦିଆଯାଇଥିଲା। ପୂର୍ବରୁ ସେମାନଙ୍କର ବିବାହ ୨୦୨୨ ଜୁଲାଇ ୩୦ରେ ହେବା କାର୍ଯ୍ୟକ୍ରମ ରହିଥିଲା। ତେବେ ତାହାକୁ ବହୁ ପୂର୍ବରୁ ସମ୍ପୂର୍ଣ୍ଣ କରାଯାଇଛି। ୫୬ ବର୍ଷ ବୟସ୍କ ଜନସନ ୨୦୧୯ରେ ଦେଶର ପ୍ରଧାନମନ୍ତ୍ରୀ ହେବାପରେ ସେ ଏବଂ ୩୩ ବର୍ଷ ବୟସ୍କା ସାଇମଣ୍ଡସ୍ ଡାଉନିଂ ଷ୍ଟ୍ରିଟ୍ ବାସଭବନରେ ଏକତ୍ର ରହିଆସୁଛନ୍ତି।
[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]
ତେବେ ସେମାନଙ୍କ ବାସଭବନକୁ ବିପୁଳ ଅର୍ଥ ଖର୍ଚ୍ଚରେ ପୁନଃ ସାଜସଜା କରାଯିବା ଘଟଣାକୁ ନେଇ ସେମାନେ ଚର୍ଚ୍ଚାକୁ ଆସିଥିଲେ। ବୋରିସ ଜନସନଙ୍କର ଏହା ତୃତୀୟ ବିବାହ ହୋଇଥିବାବେଳେ ସାଇମଣ୍ଡସଙ୍କର ଏହା ପ୍ରଥମ ବିବାହ। ଜନସନଙ୍କ ଦ୍ୱିତୀୟ ପତ୍ନୀ ମାରିନା ହ୍ୱିଲର ଜଣେ ଆଇନଜୀବୀ। ସେମାନଙ୍କ ଚାରିଟି ସନ୍ତାନ ସନ୍ତତି ଅଛନ୍ତି। ତେବେ ୨୦୧୮ ସେପ୍ଟେମ୍ବରରେ ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା।











