ଅମ୍ପନ ଉଦ୍ଧାରକାରୀ ଦଳର ୫୪ ଯବାନ କରୋନାରେ ଆକ୍ରାନ୍ତ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଯାହା ରାଜ୍ୟ ପାଇଁ ଚିନ୍ତା ବଢ଼ାଉଛି । ତେବେ ବାତ୍ୟା ଅମ୍ଫନର ମୁକାବିଲା ନିମନ୍ତେ ପଶ୍ଚିମବଙ୍ଗ ଯାଇଥିବା ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ ୫୪ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ବାତ୍ୟା ଅମ୍ଫନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇ ଫେରିଥିବା ଅନେକ ଜଣ ଏନ୍ଡିଆର୍ ଏଫ୍,ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ ଅଫିସର୍ ଙ୍କ ସ୍ୱାବ ନମୂନା ସଂଗ୍ରହ କରାଯାଇଥିଲା । ଆଜି ଏହି ଟେଷ୍ଟ ରିପୋର୍ଟ ରେ ୫୪ ଜଣ ଅଧିକାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜେଟିଭ ଆସିଥିବା ସୂଚନା ମିଳିଛି ।
ପୂର୍ବରୁ ମୋଟ ୧୦୪ ଜଣ କର୍ମଚାରୀ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ପ୍ରଥମେ ଜଣେ ଏନ୍ ଡି ଆର୍ ଏଫ୍ ଅଧିକାରୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ୧୨ ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ।ଏହାପରେ ଅନ୍ୟ କର୍ମଚାରୀଙ୍କ ନମୂନା ଟେଷ୍ଟ ପାଇଁ ପଠାଯାଇଥିଲା ।