ଭୁବନେଶ୍ଵରରେ ଆଜି ୫୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଶେଷ କରି ରାଜ୍ୟର ୪ ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରୁ ଦୈନିକ ହୁ ହୁ ହୋଇ କରୋନା ସଂକ୍ରମଣ ବଢି ଚାଲିଛି। ଖୋର୍ଦ୍ଧାର ତଥା ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ପ୍ରତି ଦିନ ୫୦ରୁ ଉର୍ଦ୍ଧ୍ଵ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି କ୍ରମରେ ଭୁବନେଶ୍ଵରରୁ ଆଜି ୫୨ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୨କୁ ବୃଦ୍ଧି ଘଟିଛି। ଏହା  ସହିତ ଆରୋଗ୍ୟ ସଂଖ୍ୟା ୫୦୦ ଟପିଛି। ଭୁବନେଶ୍ଵର ମହାନଗର ନିଗମ(ବିମଏସି) ପକ୍ଷରୁ ଟ୍ଵିଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ରାଜଧାନୀରେ ଆଜି ୫୨ ନୂତନ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୧ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ହୋଇଥିବା ବେଳେ ୪୬ଟି ଲୋକାଲ୍ କେସ୍ ରହିଛି। ଏହାକୁ ମିଶାଇ ଭୁବନେଶ୍ଵରେ କରୋନା ସଂକ୍ରମିତ ସଂଖ୍ୟା ୧୧୮୨କୁ ବୃଦ୍ଧି ଘଟିଛି। ସେହି ପରି ଏହି ୨୪ ଘଣ୍ଟାରେ ଭୁବନେଶ୍ଵରରେ  ୨୯ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ୍ ସୁସ୍ଥ ସଂଖ୍ୟା ୫୨୩କୁ ବୃଦ୍ଧି ଘଟିଛି। ଅଦ୍ୟାବଧି ମହାମାରୀରେ ୧୧ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଆକ୍ଟିଭ୍ କେସ୍ ସଂଖ୍ୟା ୬୪୬ ରହିଛି।

Leave a Reply

Your email address will not be published.