ଆଜି ବିଜୟ ଦିବସ : ପାକ୍ ଯୁଦ୍ଧର ୫୦ତମ ବାର୍ଷିକୀ ପାଳନ କରିବ ଭାରତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଜି ହେଉଛି ବିଜୟ ଦିବସ । ପାକ୍ ଯୁଦ୍ଧର ୫୦ତମ ବାର୍ଷିକୀ ପାଳନ କରିବାକୁ ଯାଉଛି ଦେଶ । ଏହି ଅବସରରେ ଆଜି ପ୍ରଧାମନ୍ତ୍ରୀ ମୋଦି ସ୍ୱର୍ଣ୍ଣିମ ବିଜୟ ମଶାଲ ପ୍ରଜ୍ୱଳିତ କରିବେ। ଡିସେମ୍ବର ୧୯୭୧ରେ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ସେନା ଉପରେ ଏକ ନିର୍ଣ୍ଣାୟକ ତଥା ଐତିହାସିକ ବିଜୟ ହାସଲ କରିଥିଲା ଯାହା ଫଳରେ ଏକ ନୂତନ ରାଷ୍ଟ୍ର ବାଂଲାଦେଶ ସୃଷ୍ଟି ହୋଇଥିଲା।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ଯୁଦ୍ଧରେ ପାକ ସେନାର ସମର୍ପଣ ‘ସର୍ବ ବୃହତ ସାମରିକ ଆତ୍ମସମର୍ପଣ’ ଭାବେ ଜଣାଯାଏ। ଡିସେମ୍ବର ୧୬ରୁ ଦେଶ ପାକ୍ ଯୁଦ୍ଧର ୫୦ ବର୍ଷ ପାଳନ କରିବ ଯାହାକୁ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ’ ମଧ୍ୟ କୁହାଯାଏ। ସାରା ଦେଶରେ ଏ ନେଇ ବିଭିନ୍ନ ସ୍ମରଣୀୟ କାର୍ଯ୍ୟକ୍ରମ ଯୋଜନା କରାଯାଇଛି। ଆଜି ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀ ଠାରେ ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେବେ।ପ୍ରଧାନମନ୍ତ୍ରୀ, ସିଡିଏସ ଏବଂ ତିନି ସେନାର ମୁଖ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରି ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଏବଂ ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱର୍ଣ୍ଣିମ ବିଜୟ ମଶାଲରେ ଅଗ୍ନି ସଂଯୋଗ କରିବେ। ସେହି ଅଗ୍ନିରୁ ଚାରୋଟି ବିଜୟ ମଶାଲ୍ ପ୍ରଜ୍ୱଳିତ ହେବ।

Leave a Reply

Your email address will not be published.