ଅମ୍ପନ ଉଦ୍ଧାର କାର୍ଯ୍ୟ ସାରି ପଶ୍ଚିମବଙ୍ଗରୁ ଫେରିଥିବା ୫୦ NDRF ଯବାନଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : କଟକ ମୁଣ୍ଡଳୀ NDRF କ୍ୟାମ୍ପର ୫୦ ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩ ଦିନ ତଳେ ଜଣଙ୍କଠାରୋ କରୋନା ଭୂତାଣୁ ଛିହ୍ନଟ ହୋଇଥିଲା। ଆଜି ଆଉ ୪୯ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ସମୁଦାୟ ୫୦ ଯବାନ ପଜିଟିଭ୍ ଚିହ୍ନଟ ହୋଇଥିବା NDRF ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସଦସ୍ୟମାନେ  ଅମ୍ପାନ ବାତ୍ୟାରେ ପୁନରୁଦ୍ଧାର ତଥା ସହାୟତା ପ୍ରଦାନ କରିବାକୁ କୋଲକାତା ଯାଇଥିଲେ । ସେଠାରୁ ଫେରି ସେମାନେ ମାର୍ଚ୍ଚ ୪ ତାରିଖରେ କ୍ୱାରେଣ୍ଟାଇନରେ ରହିଥିଲେ ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଜଣେ ଯବାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ଫଳରେ ଏହାକୁ ମିଶାଇ ମୋଟ ୫୦ ଜଣ ଯବାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହି କ୍ୟାମ୍ପରେ ଥିବା ୧୭୭ଜଣ ଯବାନଙ୍କ କରୋନା ଟେଷ୍ଟ କରାଯାଇଛି । ବାତ୍ୟା କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗରେ ପୁନରୁଦ୍ଧାର କାମ ଲାଗି ୩୦୦ ଅଗ୍ନିଶମ କର୍ମଚାରୀ ଓ ୧୦ଟି ଓଡ୍ରାଫ୍ ଟିମ୍ ସହ ୫୦୦ ଜଣ କର୍ମଚାରୀଙ୍କୁ ପଶ୍ଚିମବଙ୍ଗ ପଠାଇଥିଲେ ରାଜ୍ୟ ସରକାର।

Leave a Reply

Your email address will not be published.