ବିଧାନସଭାର ୫ କର୍ମଚାରୀଙ୍କ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ବିଧାନସଭାର ୫  ଜଣ କର୍ମଚାରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ୩ ଦିନ ତଳେ ସେମାନଙ୍କ ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ସେମାନଙ୍କର ରିପୋର୍ଟ ପଜିଟିଭ ଆସିଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

କିଛି ଦିନ ତଳେ ବିଧାନସଭାର ଏକ କମିଟି ବୈଠକ ହୋଇଥିଲା। ବୈଠକରେ ଉପସ୍ଥିତ ଥିବା ଜଣେ ବିଧାୟକଙ୍କ ସ୍ବାବ୍‌ ପରୀକ୍ଷା କରାଯିବା ପରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ପରେ ସମସ୍ତ କର୍ମଚାରୀଙ୍କୁ ପରୀକ୍ଷା କରାଇବାକୁ କୁହାଯାଇଥିଲା। ୩ ଦିନ ତଳେ କର୍ମଚାରୀମାନେ ପରୀକ୍ଷା କରାଇଥିଲେ। ଆଜି ସେମାନଙ୍କ ମଧ୍ୟରୁ ୫ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ବାଚସ୍ପତି ସୂଚନା ଦେଇଛନ୍ତି।

ଅନ୍ୟପଟେ,ଗତ ୨୪ ଘଣ୍ଟା ମଧ୍ୟରେ ୧୫୯୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୬୯୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୬୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୨୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

Leave a Reply

Your email address will not be published. Required fields are marked *