ଭୁବନେଶ୍ବର ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ମାମଲା: ରାଣୀ ମହୁମାଛି ସମେତ ୫ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀର ନିଖିଳ ଉତ୍କଳ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ମାମଲାରେ ସାଧାରଣ ସାମ୍ପାଦକ ସୁରେଶ ବେହେରା ସହ ୫ ଜଣ ଗିରଫ। ଗିରଫ ୫ ଜଣ ହେଲେ କଟକର ରାଣୀ ମହୁମାଛି , ଭୁବନେଶ୍ୱରର ଲୁଲୁ , ସଂସ୍ଥାର କର୍ମଚାରୀ  ରାକେଶ କୁମାର ଷଡଙ୍ଗୀ , ସଂଯୁକ୍ତା ମେହେର , ସଂଗ୍ରାମ ଦାସ। କମିଶନରେଟ୍ ପୋଲିସ ସୁରେଶକୁ ରିମାଣ୍ଡରେ ନେବେ ବୋଲି ସୂଚନା ମିଳିଛି। ଗିରଫ ସମସ୍ତେ ଦେହ ବ୍ୟବସାୟ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡିଛି। ସରକାରୀ ଏବଂ ବେସରକାରୀ କର୍ମଚାରୀଙ୍କୁ ଖୁସି କରିବାକୁ ଏମାନେ ନିରୀହ ଯୁବତୀଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ।

ଯୁବତୀମାନଙ୍କୁ ତାଲିମ କେନ୍ଦ୍ରକୁ ଆଣି ଦେହ ବ୍ୟବସାୟ କାର୍ଯ୍ୟରେ ଲଗାଉଥିବା ଅଭିଯୋଗ ଏମାନଙ୍କ ନାଁରେ ରହିଛି। ଭାଇରାଲ ଭିଡ଼ିଓକୁ ନେଇ ତଦନ୍ତ ଭାର  ଅତିରିକ୍ତ ଡିସିପିଙ୍କୁ ଦିଆଯାଇଥିଲା। ଭଡିଓରେ ଆପତ୍ତିଜନକ କଥା ମଧ୍ୟ ଶୁଣିବାକୁ ମିଳିଥିଲା। ଉମେଶ ଓରଫ ଲୁଲୁ ଗତ ସେପ୍ଟେମ୍ବର ମାସରେ ତାଙ୍କୁ ଆଣିଥିଲେ। ମିଳିଥିବା ସୂଚନା ସଂସ୍ଥାର କର୍ମଚାରୀ ରାକେଶ କୁମାର ଷଡଙ୍ଗୀର ଏନ୍‌ଜିଓ ସଂସ୍ଥା ରହିଛି। ଭାରତୀୟ ଦଣ୍ଡ ବିଧାନ ଆଧାରରେ ଗିରଫ ଅଭିଯୁକ୍ତଙ୍କ ନାଁରେ  ୩୭୦, ୧୨୦ ବି, ୩୪୫ ଏବଂ ୬୭ ଆଇଟି ଆକ୍ଟରେ  ମାମଲା ରୁଜୁ ହୋଇଛି। ସୁରେଶର ମୋବାଇଲ ଫୋନରେ ଥିବା ରେକର୍ଡ ଜବତ ହୋଇଛି।

Leave a Reply

Your email address will not be published. Required fields are marked *