ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ: ୯ଟି ଜିଲ୍ଲାର ୫୯ଟି ଆସନରେ ହେବ ଭୋଟଗ୍ରହଣ

ଉତ୍ତରପ୍ରଦେଶ, (ଓଡିଶା ଟାଇମ୍): ଉତ୍ତର ପ୍ରଦେଶରେ ଆଜି ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ୯ଟି ଜିଲ୍ଲାରେ ୫୯ଟି ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ଲକ୍ଷ୍ନୌ, ପିଲଭିଟ୍ , ଲଖୀମପୁର ଖେରୀ, ସୀତାପୁର, ହରଦୋଇ, ଉନ୍ନାଓ, ରାୟ ବରେଲୀ, ବାନ୍ଦା ଓ ଫତେହପୁର ଜିଲ୍ଲାରେ ଭୋଟିଂ ହେଉଛି। ବିଭନ୍ନ ବୁଥରେ ଭୋଟମରମାନେ ନିଜର ମତ ସାବ୍ୟସ୍ତ କରୁଛନ୍ତି । ଲକ୍ଷୌରେ ସକାଳୁ ବିଏସପି ମୁଖ୍ୟ ମାୟାବତୀ ଭୋଟ ଦେଇଛନ୍ତି ।

ବହୁଚର୍ଚ୍ଚିତ ଲଖୀମପୁର ଖେରୀରେ ସିଟ୍ ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ୟୁପି ଆଇନ ମନ୍ତ୍ରୀ ବ୍ରିଜେସ ପାଠକଙ୍କ ଆଜି ଭାଗ୍ୟ ପରୀକ୍ଷା । ଏହାରି ଭିତରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ନେତାଙ୍କ ସଭା, ରାଲି ଜୋରସୋରରେ ଚାଲିଛି। ଆସନ୍ତା ୨୭ ତାରିଖରେ ହେବାକୁ ଥିବା ପଂଚମ ପର୍ଯ୍ଯାୟ ନିର୍ବାଚନ ପାଇଁ ପ୍ରଚାର ପିକ୍ରେ ପହଂଚିଛି ।

ଏହି ପର୍ଯ୍ୟାୟରେ ଶ୍ରାବସ୍ତି, ବାହରିଚ,ବାରବାଙ୍କି, ଅଯୋଧ୍ୟା, ଆମେଥୀ, ରାଇବରେଲି, ସୁଲତାନପୁର, ଗୋଣ୍ଡା, ପ୍ରତାପଗଡ, ପ୍ରୟାଗରାଜ ଓ ଚିତ୍ରକୋଟ ଜିଲ୍ଲାରେ ହେଉଛି ନିର୍ବାଚନ। ୧୨ଟି ଜିଲ୍ଲାର ୬୧ଟି ଆସନ ପାଇଁ ପ୍ରଚାର ମୈଦାନରେ ଏବେ ସବୁ ଦଳର ହେଭିୱେଟ। ୟୁପି ୩ଟି ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ନିର୍ବାଚନୀ ମାହୋଲ ଗରମ ରହିଛି।

Leave a Reply

Your email address will not be published.