ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୪୯,୯୦୯ କରୋନା ନମୁନା ପରୀକ୍ଷା
ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୯,୯୦୯ କରୋନା ନମୁନା ପରୀକ୍ଷା କରାଯାଇଛି। ଏହା ମଧ୍ୟରୁ ୮୦୫୧ଟି ଆରଟି-ପିସିଆର, ୪୧,୭୨୯ଟି ଆଣ୍ଟିଜେନ ଓ ୧୨୯ଟି ଟ୍ରୁନଟ୍ ନମୁନା ପରୀକ୍ଷା ଅନ୍ତର୍ଭୁକ୍ତ ।
ଗତ ୨୪ ଘଣ୍ଟାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୮୦୨୧ କରୋନା ନମୁନା ପରୀକ୍ଷା କରାଯାଇଛି । ଏହାଛଡ଼ା ଗଞ୍ଜାମ ଜିଲ୍ଲାରେ ୩୩୭୦, ମୟୂରଭଞ୍ଜ ଜିଲ୍ଲାରେ ୩୨୯୧, କେନ୍ଦୁଝର ଜିଲ୍ଲାରେ ୨୭୯୯ ଓ ବାଲେଶ୍ବର ଜିଲ୍ଲାରେ ୧୨୩୨ କରୋନା ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି।
ଏହାର ପୂର୍ବଦିନ ଅର୍ଥାତ ମଙ୍ଗଳବାର ଦିନ ରାଜ୍ୟରେ ୪୫ ହଜାର ୩୫୮ ଟି କରୋନା ନମୁନା ପରୀକ୍ଷା କରାଯାଇଥିଲା । ଏହା ମଧ୍ୟରୁ ୭୮୮୫ଟି ଆରଟି-ପିସିଆର, ୩୭,୩୪୦ଟି ଆଣ୍ଟିଜେନ ଓ ୧୩୩ଟି ଟ୍ରୁନଟ୍ ପରୀକ୍ଷା କରାଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଧିକ ପରୀକ୍ଷଣ ହେଉଛି କରୋନା ବିରୋଧୀ ଲଢେଇର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପ୍ରତ୍ୟେକ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ଓ ସେମାନଙ୍କୁ ସଙ୍ଗରୋଧ କରିବା ହେଉଛି କୋଭିଡ୍ ନମୁନା ପରୀକ୍ଷାର ଲକ୍ଷ୍ୟ। କିନ୍ତୁ ପରୀକ୍ଷା କମୁଥିବାରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମୁଛି ।