ରାଜ୍ୟରେ ୨୪ ଜିଲ୍ଲାରୁ ଆଉ ୪୯୫ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ୨୪ ଜିଲ୍ଳାରୁ ଆଉ ୪୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୪୯୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୫୫ଜଣ କ୍ୱାରେଣ୍ଟିନ ସେଣ୍ଟରର ଓ ୧୪୦ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସେହିପରି ନୂଆ କରି ଚିହ୍ନଟ ହୋଇଥିବା ୪୯୫ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସବୁଠୁ ଅଧିକ ୨୧୬ ଜଣ ଅଛନ୍ତି।
ଚିହ୍ନଟ ହୋଇଥିବା ୪୯୫ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୧୬ ଜଣ, ଅନୁଗୋଳରୁ ୨୪, ବାଲେଶ୍ବରରୁ ୧୩ , ଭଦ୍ରକରୁ ୧୨ , କଟକରୁ ୧୩ , ଢେଙ୍କାନାଳରୁ ଜଣେ, ଗଜପତିରୁ ୭ , ଜଗତସିଂହପୁରରୁ ୧୨ , ଯାଜପୁରରୁ ଜଣେ, ଝାରସୁଗୁଡାରୁ ୮ , କନ୍ଧମାଳରୁ ୮ , କେନ୍ଦ୍ରାପଡାରୁ ୧୧ , କେନ୍ଦୁଝରରୁ ୫ , ଖୋର୍ଦ୍ଧାରୁ ୫୦ , କୋରାପୁଟରୁ ୫ , ମାଲକାନଗିରିରୁ ୫ , ମୟୁରଭଞ୍ଜରୁ ୨୮, ନବରଙ୍ଗପୁରରୁ ୧୧, ନୟାଗଡରୁ ଜଣେ, ପୁରୀରୁ ୧୮ , ସମ୍ବଲପୁରରୁ ୬ , ସୋନପୁରରୁ ୨ ଏବଂ ସୁନ୍ଦରଗଡରୁ ୩୬ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୬୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୮୫୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୭୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୩୪ ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।