ଗତ ୨୪ଘଣ୍ଟାରେ ରାଜ୍ୟରେ ୪୮, ୦୭୫ କରୋନା ନମୁନା ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ଘଣ୍ଟାରେ ରାଜ୍ୟରେ ୪୮, ୦୭୫ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ୮,୨୭୧ଟି ଆରଟିପିସିଆର ଏବଂ ୩୯,୬୫୭ ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୧୪୭ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ପୂର୍ବଦିନ ୪୮,୧୪୬ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ୮,୪୦୭ଟି ଆରଟିପିସିଆର ଏବଂ ୩୯,୬୨୮ ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୧୧୧ଟି କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।ତା’ ପୂର୍ବ ଦିନ ରାଜ୍ୟରେ ୫୧,୮୨୪ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ଆଣ୍ଟିଜେନରେ ୪୨,୩୬୬, ଆରଟିପିସିଆରରେ ୯,୩୫୨, ଟ୍ରୁନଟରେ ୧୦୬ଟି କରୋନା ନମୁନା ପରୀକ୍ଷା କରାଯାଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ କରୋନା ନମୁନା ପରୀକ୍ଷା ୪୩ ହଜାରକୁ ଖସି ଆସିଥିଲା। ମାତ୍ର ଗତ ୧୫ ତାରିଖରେ ୫୧,୩୨୦ ପରୀକ୍ଷା ହୋଇଥିଲା। ଏଥିରେ ୯ହଜାରରୁ ଅଧିକ ଆର୍‌ଟି-ପିସିଆର ପରୀକ୍ଷା କରାଯାଇଥିଲା।

Leave a Reply

Your email address will not be published.