୪୮ ଘଣ୍ଟା ସଟଡାଉନ କୋରାପୁଟ

କୋରାପୁଟ, (ଓଡିଶା ଟାଇମ୍) :କରୋନା ସଂକ୍ରମଣ ରୋକିବା ପାଇଁ କୋରାପୁଟ ଜିଲ୍ଲାରେ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ମଧ୍ୟରାତ୍ରରୁ ଅଗଷ୍ଟ ୧ ତାରିଖ ମଧ୍ୟରାତ୍ର ଯାଏଁ ୪୮ ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି । ଆଜି ଜିଲ୍ଲାରେ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଜିଲ୍ଲାକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ।

ରାଜ୍ୟରେ ଦିନକୁ ଦିନ ମାଡ଼ି ଚାଲିଛି ମହାମାରୀ କରୋନା ଭୂତାଣୁ। ଏହି ମହାମାରୀ ପ୍ରକୋପରେ ଏବେ ସାରା ରାଜ୍ୟ। ଦିନକୁ ଦିନ ହଜାର ହଜାର ସଂଖ୍ୟାରେ ଆସୁଛି ପଜିଟିଭଙ୍କ ସଂଖ୍ୟା। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୨୦୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୨୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୭୫୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟ କେସ୍‌ ୪୪୫ ରହିଛି।

Leave a Reply

Your email address will not be published. Required fields are marked *