ଦେଶରେ ୨୪ଘଣ୍ଟାରେ ୪୬୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଭୂତାଣୁରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ପାର୍‌ ହୋଇଛି। ଗତ କିଛିଦିନ ଧରି ଦୈନିକ ୧୪ରୁ ୧୫ ହଜାର ମଧ୍ୟରେ ନୂଆ ରୋଗୀ ଚିହ୍ନଟ ହେଉଥିବାବେଳେ ଗତ ୨୪ ଘଣ୍ଟାରେ ୧୫ ହଜାର ୯୬୯ ସଂକ୍ରମିତ ଠାବ ହୋଇଛନ୍ତି।

ଏହା ସହିତ ୪୬୫ ରୋଗୀ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୃତ୍ୟୁ ସଂଖ୍ୟା ୧୪ ହଜାର ୪୭୬କୁ ବୃଦ୍ଧି ପାଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୬ ହଜାର ୧୮୩ରେ ପହଞ୍ଚିଛି।

ବର୍ତ୍ତମାନ ୧ଲକ୍ଷ ୮୩ ହଜାର ୨୨ ଜଣ ସକ୍ରିୟ ରୋଗୀ ରହିଥିବାବେଳେ ୨ ଲକ୍ଷ ୫୮ ହଜାର ୬୮୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

 

Leave a Reply

Your email address will not be published. Required fields are marked *