ଦେଶରେ ୧୨ ଲକ୍ଷ ଟପିଲା କରୋନା ସଂକ୍ରମଣ; ଦିନକରେ ସର୍ବାଧିକ ୪୫,୭୨୦ ଆକ୍ରାନ୍ତ ଓ ୧୧୨୯ ମୃତ
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୨ ଲକ୍ଷ ୩୮ ହଜାର ୬୩୫ରେ ପହଞ୍ଚିଛି ।
ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯,୮୬୧ ରେ ପହଞ୍ଚିଛି। ବର୍ତ୍ତମାନ ଆକ୍ଟିଭ୍ କେସ୍ ୪,୨୬,୧୬୭ ରହିଛି ।
ଗତ ୨୪ ଘଣ୍ଟାରେ ସର୍ବାଧିକ ୪୫,୭୨୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୧୨୯ ଜଣଙ୍କର ମୃତ୍ୟୁ ଘଟିଛି ।
ଏହା ବ୍ୟତୀତ ୭ ଲକ୍ଷ ୮୨ ହଜାର ୬୦୬ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ମହାରାଷ୍ଟ୍ର ଓ ଦିଲ୍ଲୀରେ ସବୁଠାରୁ ଅଧିକ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି ।