ଭଲ ଖବର: ରାଜ୍ୟରେ ପୁଣି ସୁସ୍ଥ ହେଲେ ୪୫୭ ସଂକ୍ରମିତ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୪୫୭ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୨,୯୦୯ରେ ପହଁଚିଛି ।
ଗଞ୍ଜାମ ଜିଲ୍ଲାରୁ ୧୧୮, ନୟାଗଡ଼ରୁ ୫୩, କଟକରୁ ୪୪, ସୁନ୍ଦରଗଡ଼ରୁ ୩୮, ଖୋର୍ଦ୍ଧାରୁ ୩୨, ଗଜପତିରୁ ୨୨, ଯାଜପୁରରୁ ୨୦, ନୂଆପଡ଼ାରୁ ୧୮, ବାଲେଶ୍ୱରରୁ ୧୭, ମୟୁରଭଞ୍ଜରୁ ୧୫, ଅନୁଗୁଳରୁ ୧୧, କୋରାପୁଟରୁ ୧୧, ମାଲକାନଗିରିରୁ ୯, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୭, ଝାରସୁଗୁଡ଼ାରୁ ୬, ବୌଦ୍ଧରୁ ୫, ଦେବଗଡ଼ରୁ ୪, ବରଗଡ଼ରୁ ୩, ନବରଙ୍ଗପୁରରୁ ୩, ସମ୍ବଲପୁରରୁ ୩, ବଲାଙ୍ଗୀରରୁ ୨, ପୁରୀରୁ ୨, ରାୟଗଡ଼ାରୁ ୨, ଭଦ୍ରକ, ଢ଼େଙ୍କାନାଳ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।