ରାଜ୍ୟରେ ଆଉ ୪୫୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୨୬ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୦୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୪୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ହୋଇଥିବା ୪୫୬ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧ଜଣ, ବାଲେଶ୍ୱର ଜିଲ୍ଲା ୧୪ଜଣ, ବରଗଡ ୩୩, ବଲାଙ୍ଗୀର ଜିଲ୍ଲାରୁ ୬ଜଣ, ଭଦ୍ରକ ଜିଲ୍ଲାରୁ ୧୨ଜଣ, କଟକ ଜିଲ୍ଲାରୁ ୧୩ଜଣ, ଗଞ୍ଜାମ ୧୧୬ଜଣ, ଯାଜପୁର ଜିଲ୍ଲାରୁ ୫୭, କଳାହାଣ୍ଡି ଜିଲ୍ଲାରୁ ୨ଜଣ, କନ୍ଧମାଳ ଜିଲ୍ଲାରୁ ୩ , କେନ୍ଦ୍ରାପଡା ଜିଲ୍ଲାରେ ୫ଜଣ, କେନ୍ଦୁଝର ଜିଲ୍ଲାରୁ ୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୧ଜଣ, ଢେଙ୍କାନାଳ ୧,  ଗଜପତି ୧, ଜଗତସିଂହପୁର ୨୩, କଳାହାଣ୍ଡି ୧, କୋରାପୁଟ ୧୦, ମୟୂରଭଞ୍ଜ ୮, ନବରଙ୍ଗପୁର ୨୪, ନୟାଗଡ ୪, ପୁରୀ ୩, ରାୟଗଡା ୧୩, ସମ୍ବଲପୁର ୧୫, ସୁନ୍ଦରଗଡ ୨୦ଜଣ ଚିହ୍ନଟ ହୋଇଛନ୍ତି ।

 

Leave a Reply

Your email address will not be published.