ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫,୩୫୮ଟି କରୋନା ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫ ହଜାର ୩୫୮ ଟି କରୋନା ପରୀକ୍ଷା କରାଯାଇଛି । ଏହା ମଧ୍ୟରୁ ୭୮୮୫ଟି ଆରଟି-ପିସିଆର, ୩୭,୩୪୦ଟି ଆଣ୍ଟିଜେନ ଓ ୧୩୩ଟି ଟ୍ରୁନାଟ୍‌ ପରୀକ୍ଷା ଅନ୍ତର୍ଭୁକ୍ତ ।

ଏହାର ପୂର୍ବଦିନ ଅର୍ଥାତ ସୋମବାରଦିନ ରାଜ୍ୟରେ ୪୧୮୪୦ଟି କରୋନା ପରୀକ୍ଷା କରାଯାଇଥିଲା । ଏହା ମଧ୍ୟରୁ ୬,୧୮୫ଟି ଆରଟି-ପିସିଆର ଏବଂ ୩୫,୫୫୦ଟି ଆଣ୍ଟିଜେନ ଟେଷ୍ଟ ଓ ୧୦୫ଟି ଟ୍ରୁନାଟ୍ ପରୀକ୍ଷା ଅନ୍ତର୍ଭୁକ୍ତ ଥିଲା ।

ଉଲ୍ଲେଖଯୋଗ୍ୟ ଯେ ,  ଅଧିକ ପରୀକ୍ଷଣ ହେଉଛି କରୋନା ବିରୋଧୀ ଲଢେଇର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପ୍ରତ୍ୟେକ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ଓ ସେମାନଙ୍କୁ ସଂରୋଧ କରିବା ହେଉଛି କୋଭିଡ୍‌ ନମୁନା ପରୀକ୍ଷାର ଲକ୍ଷ୍ୟ। କିନ୍ତୁ ପରୀକ୍ଷା କମୁଥିବାରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା  ମଧ୍ୟ କମୁଛି ।

Leave a Reply

Your email address will not be published. Required fields are marked *